Latest Odisha News

ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାବାହିନୀ, ବିସ୍ଫୋରକ ଜବତ

ମାଲକାନଗିରି: କମ୍ବିଂ ଅପରେସନରେ ଯାଇଥିବା ବେଳେ ଛତିଶଗଡ଼ ସୁକୁମା ଜିଲ୍ଲାର ଏକ ଜଙ୍ଗଲରେ ମାଓକ୍ୟାମ୍ପ ଧ୍ୱଂସ କରିଛନ୍ତି ଯବାନ। ମାଓ କ୍ୟାମ୍ପରୁ ଯବାନମାନେ ବିପୁଳ ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ବନ୍ଧୁକ, ଡିଟୋନେଟର, କୋଡେକ୍ସ ତାର, ଗୁଳିଗୋଳା, ଔଷଧ ଓ ଅନ୍ୟ ମାଓ ସମାଗ୍ରୀ ରହିଛି।

ସୁକୁମା ଜିଲ୍ଲା କିସ୍ତାରାମ ଥାନା ଛୋଟେ କେଦବାଲ ଅଞ୍ଚଳରେ ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ କେତେକ ମାଓବାଦୀ ଜଙ୍ଗଲରେ ବୈଠକ କରୁଥିଲେ। ଯବାନଙ୍କୁ ଦେଖି ମାଓବାଦୀ ପଳାଇଥିଲେ। ପୁଲିସ ଘଟଣାସ୍ଥଳରୁ ଉକ୍ତ ସାମଗ୍ରୀ ଜବତ କରିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

 

Comments are closed.