Latest Odisha News

BREAKING NEWS

ବିପଦ ଆଣିପାରେ କରୋନାର ଦୁଇଟି ଭିନ୍ନ ଭିନ୍ନ ଟିକା ନେବା

ନୂଆଦିଲ୍ଲୀ : ଦେଶରେ ଜାରି ରହିଛି ମହାମାରୀର ପ୍ରକୋପ । ସଂକ୍ରମଣର ହାର ହ୍ରାସ ପାଇଥିବା ବେଳେ, ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନାଁ ନେଉନି । ଏଭଳି ସ୍ଥିତିରେ କରୋନାକୁ କାବୁ କରିବାକୁ ବିଶେଷଜ୍ଞମାନେ ଏବେ ବି ଜାରି ରଖିଛନ୍ତି ଅଧ୍ୟୟନ । ହେଲେ ଏବେ ମିକ୍ସ ଆଣ୍ଡ ମ୍ୟାଜ୍ ବା କକଟେଲ ଟିକାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଆବଶ୍ୟକ ହେଲେ ଭିନ୍ନ ଦୁଇଟି କମ୍ପାନୀର ଦୁଇଟି ଡୋଜ୍ ନେଇ ହେବ ବୋଲି ବିଶେଷଜ୍ଞ କହୁଥିବା ବେଳେ, ଏହାକୁ ନେଇ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।

ଭିନ୍ନ ଭିନ୍ନ କମ୍ପାନୀର ଡୋଜ୍ ନେବା ଅତି ମାରାତ୍ମକ ହୋଇପାରେ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । WHOର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି ଯେ, ଦୁଇଟି ଭିନ୍ନ କମ୍ପାନୀର ଡୋଜ୍ ନେବା ମାରାତ୍ମକ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ଏ ପର୍ଯ୍ୟନ୍ତ ଅଧିକ ଅନୁଧ୍ୟାନ କରାଯାଇ ନଥିବା ବେଳେ, ଏ ସମ୍ପର୍କରେ ଖୁବ୍ କମ୍ ତଥ୍ୟ ଉପଲବ୍ଧ ଅଛି । ବୈଜ୍ଞାନିକ ତଥ୍ୟ ପ୍ରମାଣ ନଥିବାରୁ ଦୁଇଟି କମ୍ପାନୀର ଟିକା ନେବା ଉଚିତ୍ ନୁହେଁ ବୋଲି ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.