Latest Odisha News

BREAKING NEWS

ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଅଜ୍ଞାତ: ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ : ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨୨ ବର୍ଷ ପୂରିଛି । ଏହି ଆତଙ୍କୀ ଆକ୍ରମଣରେ ଦେଶର ୯ ଜଣ ବୀର ଯବାନ ସହିଦ ହୋଇଥିଲେ । ଆଜି ମଧ୍ୟ ସେମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଯାହା ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।

ଦର୍ଶକ ଗ୍ୟାଲେରୀ ରୁ ଦୁଇ ଜଣ ଅଜ୍ଞାତ ଡେଇଁଥିବାର ଦେଖିବାକୁ ମିଳିଛି । ସେମାନେ ଗୃହ ଭିତରକୁ ଆସି କିଛି ଗ୍ୟାସ୍ ସ୍ପ୍ରେ କରିଥିଲେ  । ଏତେ ବଡ ସୁରକ୍ଷା ବଳୟ ମଧ୍ୟରେ କିଭଳି ଏଭଳି ଅଜଣା ବ୍ୟକ୍ତି ଗ୍ୟାଲେରୀ ମଧ୍ୟକୁ ପ୍ରବେଶ କରିଲେ , ତାହା ସବୁଠାରୁ ବଡ ପ୍ରଶ୍ନ ସୃଷ୍ଟି କରିଛି  ।

ଅଜଣା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସଂସଦ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ କାବୁ କରିଛନ୍ତି  । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି । ତା ମଧ୍ୟରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଛି । ଯାହାକୁ ନେଇ ସାଂସଦ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି  । ୨୦୦୧ ମସିହା ଆଜିର ଦିନରେ ସଂସଦ ଭବନ ଉପରେ ଆତଙ୍କୀ ହମଲା ହୋଇଥିଲା ।

Leave A Reply

Your email address will not be published.