Latest Odisha News

BREAKING NEWS

ବାଧକ ସାଜିଲା ଭଙ୍ଗା ପୋଲ : ଆସିପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ କିଲୋମିଟର

ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ  । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ  । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ  । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ  ପୋଲ ଦୀର୍ଘ ଦିନରୁ ଭାଙ୍ଗି ପଡିଛି । ଏହି ପୋଲ ଉପରେ ଗାଁର ଶହ ଶହ ଲୋକ ଯାତାୟାତ ପାଇଁ ନିର୍ଭର କରନ୍ତି  । କିନ୍ତୁ ଏହି ଏହି ଭଗ୍ନ ପୋଲ ଗାଁ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି  । ଗାଁରେ କାହାରି ଦେହ ଖରାପ ହେଲେ ତ କଥା ସରିଲା ।

ଗାଁରେ ଡାକ୍ତରଖାନା ଥିବା ଦୂରର କଥା ଗାଁଠାରୁ ଅଳ୍ପ ଦୂରରେ ଥିବା ଡାକ୍ତରଖାନାକୁ ନେବା ବି କଷ୍ଟସାଧ୍ୟ । ବର୍ଷା ଦିନ କଥା ତ ନକହିବା ଭଲ । ଆଜି ସେମିତି କିଛି ଅଭାବନୀୟ ଘଟଣା ଦେଖିବାକୁ  । ଜଇଦା ଗାଁର ଜଣେ ମହିଳାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡିଥିଲା ।  ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଭଙ୍ଗା ପୋଲ ଯୋଗୁଁ ଆମ୍ବୁଲାନ୍ସଟି ଅଧାବାଟରେ ଅଟକି ରହିଥିଲା । ଫଳରେ ବାଧ୍ୟ ହୋଇ ପରିବାର ଲୋକ ଚେତାଶୂନ୍ୟ ରୋଗୀଙ୍କୁ ଦେଢ କିଲୋମିଟର ବୋହି ନେଇଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.