Latest Odisha News

BREAKING NEWS

ଟଳିଲା ବଡ ଅଘଟଣ; ନକ୍ସଲ ଖଞ୍ଜିଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ଖଞ୍ଜାଯାଇଥିବା ୩ଟି ଆଇଇଡି ବୋମାକୁ ନିଷ୍କ୍ରିୟ କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲା ଛୋଟେଡୋଙ୍ଗର ଥାନା ଅଞ୍ଚଳର ସମ୍ବେଦନଶୀଳ ତୋୟାମେଟା ଏବଂ ପଢିବେଦା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ଏହି ଆଇଇଡିକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ ।

ପଢିବେଦା ଯାଉଥିବା ମଦିନ ନଦୀ କୂଳ ରାସ୍ତାରେ ନକ୍ସଲମାନେ ଆଇଇଡି ବୋମା ଖଞ୍ଜିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ବୋମା ନିଷ୍କ୍ରିୟକାରୀ ଦଳ, ନାରାୟଣପୁର ଥାନା ପୋଲିସ, ଛୋଟେଡୋଙ୍ଗର ଥାନା ପୋଲିସ, ଆଇଟିବିପି ଡଗ୍‍ ସ୍କ୍ବାଡ୍‌କୁ ନେଇ ଗଠିତ ମିଳିତ ଯାଞ୍ଚ କରି ୩ଟି ଆଇଇଡି ଠାବ କରି ତାକୁ ନିଷ୍କ୍ରିୟ କରିଥିଲେ ।

ପାଟ୍ରୋଲିଂ କରୁଥିବା ପୋଲିସ ଚିମ୍ କୁ ଟାର୍ଗେଟ କରି ଏହି ୩ ଆଇଇଡି ବୋମା ଖଞ୍ଜାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.