Latest Odisha News

BREAKING NEWS

ଭସାଣ ପାଇଁ ଭୁବନେଶ୍ୱରରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆଜି ଦଶମୀ, କାଲ ଭସାଣୀ । କରୋନା କଟକଣା ଭିତରେ ଚାରିଆଡେ ପାଳିତ ହେଉଛି ଦଶହରା। ତେବେ ଆସନ୍ତାକାଲି ଭସାଣ ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭସାଣ ଉତ୍ସବରେ ରାଜଧାନୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଏଥିସହ ଭସାଣୀ ଉତ୍ସବରେ କୋଭିଡ୍ ଗାଇଡ୍ ଲାଇନକୁ କଡାକଡି ଭାବେ ପାଳନ କରାଯିବ । ଭସାଣୀ ବେଳେ ପୂଜା କମିଟିର ୪ ଜଣ କର୍ମକର୍ତ୍ତା ଉପସ୍ଥିତ ରହିବେ ।

୧୭୬ଟି ମେଢକୁ ପର୍ଯ୍ୟାୟ କ୍ରମେ ଭସାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ମଣ୍ଡପରୁ ଭସାଣୀ ସ୍ଥାନ ପର୍ଯ୍ୟନ୍ତ ପିସିଆର୍‌ ଭ୍ୟାନ୍‌ ନିୟୋଜିତ କରାଯିବ । ଆଜିଠୁ କିଛି ମଣ୍ଡପରେ ଭସାଣ ଉତ୍ସବ ଆରମ୍ଭ ହୋଇଛି । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.