Latest Odisha News

BREAKING NEWS

ଓଡ଼ିଆ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ଲେଖିଲେ ଏମିତି କଥା…

ଭୁବନେଶ୍ୱର: ଓଡ଼ିଆ ଟେଲି ସିରିଏଲ୍ ଅଭିନେତ୍ରୀଙ୍କ ଆତ୍ମହତ୍ୟା । ୧୮ ତାରିଖ ବିଳମ୍ବିତ ରାତିରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ନୟାପଲ୍ଲୀ ସ୍ଥିତ ଗଡ଼ସାହି ଭଡ଼ା ଘରୁ ମିଳିଛି ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ । ତେବେ ରଶ୍ମିରେଖା କାହିଁକି ଓ କେଉଁ ପରିସ୍ଥିତିରେ ଜୀବନ ହାରିଲେ ଜଣାପଡ଼ିନାହିଁ ।

ପୋଲିସ ରଶ୍ମିରେଖାଙ୍କ ଟେବୁଲ୍ ଉପରୁ ଏକ ସୁଇସାଇଡ୍ ନୋଟ୍ ପାଇଛି । ସନ୍ଦେହ କରାଯାଉଛି ଆତ୍ମହତ୍ୟା ପୂର୍ବରୁ ରଶ୍ମିରେଖା ଏହା ଲେଖିଛନ୍ତି । ସୁଇସାଇଡ୍ ନୋଟରେ ଲେଖାଯାଇଛି, ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ତେବେ ରଶ୍ମିରେଖାଙ୍କ ଆତ୍ମହତ୍ୟାର କାରଣ ଏଯାଏ ଜଣାପଡ଼ି ନାହିଁ ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି ପୋଲିସ । ଜଗତସିଂହପୁର ସଂକେତପାଟଣାରେ ରଶ୍ମିରେଖାଙ୍କ ଘର । ଯୁକ୍ତ ୨ ପଢ଼ା ପରେ ଅଭିନୟରେ କ୍ୟାରିୟର କରିବା ଲାଗି ରଶ୍ମିରେଖା ଭୁବନେଶ୍ୱର ଆସିଥିଲେ । କେମିତି କହିବି କହ ସିରିଏଲ୍ ମାଧ୍ୟମରେ ଲୋକପ୍ରିୟ ହୋଇ ପାରିଥିଲେ ରଶ୍ମିରେଖା ।

Leave A Reply

Your email address will not be published.