ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଓ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ୪୦ଡ୍ରୋନ୍ ଓ ୬୦୦ ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ସମ୍ୱେଦନଶୀଳ ଅଞ୍ଚଳ। ହାଇ ଆଲର୍ଟରେ ସମ୍ବଲପୁର ଓ ଭଦ୍ରକ ରହିଛି।
ସାରା ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଛି। ୬୫୦ ସିସିଟିଭି ଓ ୪୦ଟି ଡ୍ରୋନ ସାହାଯ୍ୟରେ ଆଇନଶୃଙ୍ଖଳାକୁ ମନିଟର କରାଯାଉଛି। ଅଧିକ ଫୋକସ୍ ରହିଛି ସମ୍ବଲପୁର ଓ ଭଦ୍ରକ ଉପରେ। ଧାର୍ମିକ ସ୍ଥଳ ଗୁଡିକରେ ପୋଲିସ ପିକେଟିଂ କରୁଛି । ସୋସିଆଲ୍ ମିଡିଆ ପୋଷ୍ଟ ଉପରେ କଡ଼ା ନଜର ରହିଛି । ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ କରାଯାଇଛି ।
ସମ୍ବଲପୁରରେ ବଡ଼ ବଡ଼ ଏଲ୍ଇଡି ଓ ଡ୍ରୋନ୍ ସାହାଯ୍ୟରେ ସ୍ଥିତି ଉପରେ ନଜର ରଖାଯାଇଛି। ସାଦା ପୋଷାକରେ ପଇଁତରା ମାରିଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି। ସମଗ୍ର ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍ ରହିଛି। ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ଏହାସହ ଅପରାହ୍ନ ୩ଟାରୁ ରାତି ୯ଟା ଯାଏ ଧନୁପାଲିରୁ ଟାଉନ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ । ସେହିପରି ଧନକଉଡାରୁ ଟାଉନ ପର୍ଯ୍ୟନ୍ତ ରାତି ୧୦ଟା ଯାଏ , ଅଇଁଠାପାଲିରୁ ଟାଉନ ପର୍ଯ୍ୟନ୍ତ ରାତି ୯ଟା ଏବଂ ସରଲାକାନିରୁ ଟାନ ପର୍ଯ୍ୟନ୍ତ ରାତି ୯ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ ।
Comments are closed.