Latest Odisha News

BREAKING NEWS

ଏମିତି ବି ଆସେ ମୃତ୍ୟୁ ! ସାପକୁ ଦେଖି ଭୟରେ ଉଡିଗଲା ବୃଦ୍ଧାଙ୍କ ପ୍ରାଣବାୟୁ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସେବକ ସାହି ଗ୍ରାମରେ ଘଟିଛି ଏଇ ଅଦ୍ଭୁତ ଘଟଣା । ସାପକୁ ଦେଖି ଭୟରେ ଚାଲିଗଲା ଜଣେ ବୃଦ୍ଧାଙ୍କ ଜୀବନ । ମୃତକ ଜଣଙ୍କ ହେଉଛନ୍ତି ୫୭ ବର୍ଷିୟ ନାଖାରୀ ଭୋଇ । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ କହିଛନ୍ତି ସ୍ନେକ୍  ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

ସୂଚନା ଅନୁସାରେ, ସେବକ ସାହି ଗ୍ରାମର ଲକ୍ଷ୍ମୀଧରଙ୍କ ବାଡ଼ିରେ ଥିବା ଏକ କୁକୁଡ଼ା ଭାଡିରେ କିଛି କୁକୁଡ଼ା ରହୁଥିଲେ । ସେଥିରୁ ଗୋଟିଏ କୁକୁଡ଼ା ୭ ଟି ଅଣ୍ଡା କୁଡୁକି ଧରି ମଧ୍ୟ ବସିଥିଲା । ଗତ କାଲି ସନ୍ଧ୍ୟା ପ୍ରାୟ ୫୭ ବୟସ୍କ ନାରଖାରୀ ଭୋଇ ଏକ ନାଗ ସାପକୁ କୁକୁଡ଼ା ଭାଡ଼ି ଆଡ଼କୁ ଯିବା ବେଳେ ଦେଖି ଭୟରେ ପାଟି କରି ଉଠିଲେ । ତାଙ୍କ ପାଟି ଶୁଣି ଅନ୍ୟ ମାନେ ଆସି ପହଞ୍ଚିବା ବେଳକୁ ନାରଖାରୀ ସେହି ସ୍ଥାନରେ ହଠାତ୍ ଟଳି ପଡ଼ିଥିଲେ । ନାରଖାରୀଙ୍କୁ ସାଙ୍ଗେ ସାଙ୍ଗେ ବାରଣ୍ଡା ଉପରକୁ ନେଇ ତାଙ୍କ ତାଙ୍କୁ ହୋସକୁ ଆଣିବାକୁ ଚେଷ୍ଟା କଲାଗଲା । ମାତ୍ର ସେତେବେଳକୁ ନାରଖାରୀଙ୍କ ନିଶ୍ୱାସ ପ୍ରଶ୍ୱାସ ଆଉ ଚାଲୁ ନଥିଲା । ଯେହେତୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ତେଣୁ ପରିବାର ଲୋକ ତାଙ୍କୁ ଆଉ ଡାକ୍ତରଖାନା ନେଇନଥିଲେ ।

ଏହାପରେ ସ୍ନେକ ହେଲ୍ପଲାଇନକୁ ଡକାଯାଇଥିଲା । ବହୁ ଖୋଜା ଖୋଜି ପରେ ସାପଟିକୁ ଧରିବାରେ ସକ୍ଷମ ହୋଇଥିଲେ ସ୍ନେକ ହେଲ୍ପଲାଇନ କର୍ମଚାରୀ । ତେବେ ନାରଖାରୀଙ୍କର ଆଗରୁ ହୃଦ୍ ସମ୍ବନ୍ଧୀୟ ବେମାରୀ ଥିଲା ବୋଲି କହିଛନ୍ତି ତାଙ୍କ ପରିବାର ଲୋକ । ସେପଟେ ନାଗ ସାପକୁ ଦେଖି ହଠାତ୍ ଭୟ ପାଇବା ଫଳରେ ତାଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ତେବେ ନାରଖାରୀଙ୍କ ମୃତ ଦେହର ପୋଷ୍ଟମର୍ଟମ କରିଥିଲେ ମୃତ୍ୟୁ ର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରି ଥାଆନ୍ତା ।

Comments are closed.