Latest Odisha News

BREAKING NEWS

ମା’ ହେବେ ସୀମା ହାଇଦର: ହାତ ଦେଖି ଶ୍ୱଶୁର କହିଲେ ପୁଅହେବ

ନୂଆଦିଲ୍ଲୀ : ନୂଆବର୍ଷରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୀମା ହାଇଦର ଓ ସଚିନ । ସୀମା ଏବେ ମା’ ହେବାକୁ ଯାଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସୀମା ଏହା କହିଛନ୍ତି । ସେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ତେବେ ଉପସ୍ଥାପକ ତାଙ୍କୁ କେବେ ମା’ ହେବେ ପଚାରିବାରୁ ସୀମା କହିଥିଲେ, ଏତେ ଶୀଘ୍ର ନ ହେଲେ ବି ସଚିନ ଓ ତାଙ୍କର ଏକ ପିଲା ନିଶ୍ଚୟ ହେବ । ସୀମାଙ୍କ ଶ୍ୱଶୁର ଗଣମାଧ୍ୟମକୁ କହିଛନ୍ତି, ସେ ବୋହୂର ହାତ ରେଖା ଦେଖିଛନ୍ତି । ସଚିନ ଓ ସୀମାଙ୍କର ପ୍ରଥମେ ପୁଅ ହିଁ ହେବ ।

ଅନେକ ପ୍ରେମକାହାଣୀ ମଧ୍ୟରୁ ସୀମା ହାଇଦର ଓ ସଚିନଙ୍କ ପ୍ରେମ କାହାଣୀ ପୁରା ଭିନ୍ନ । ସୀମା ତାଙ୍କ ପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଆସିଥିଲେ । ସେ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାମୀ ସଚିନ ସୀମାଙ୍କ ସହ ଗ୍ରେଟର ନୋଏଡାରେ ରହୁଛନ୍ତି ।

Leave A Reply

Your email address will not be published.