Latest Odisha News

BREAKING NEWS

୨୦୨୪ ଲୋକସଭା ନିର୍ବାଚନ ଲଢିବେ ସୀମା ହାଇଦର; ଜାଣନ୍ତୁ, କେଉଁ ଦଳ ଦେବ ଟିକେଟ

ନୂଆଦିଲ୍ଲୀ:ସୀମା ହାଇଦରକୁ ନେଇ ଚର୍ଚ୍ଚା ଥମୁନି । ନିଜର ୪ ସନ୍ତାନ ସହ ବିନା ପାସପୋର୍ଟରେ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରର ପ୍ରେମ କାହାଣୀରେ ଏବେ ରାଜନୈତିକ ରଙ୍ଗ ଲାଗିଲାଣି । ପ୍ରେମ ପାଇଁ ଭାରତ ଛାଡି ଅଞ୍ଜୁ ପାକିସ୍ତାନ ଯିବା ପରେ ତାକୁ ସେଠାରେ ଚାକିରିଠାରୁ ଆରମ୍ଭ କରି ଫ୍ଲାଟ ପର୍ଯ୍ୟନ୍ତ ସବୁକିଛି ମିଳିଥିଲା ଉପହାରରେ । ଏହାକୁ ଦେଖି ସୀମା ପାଇଁ ବି ଛୁଟିଲାଣି ସହାୟତାର ହାତ । ଭାରତରେ ସୀମା ହାଇଦରକୁ ସିଧା ଆମନ୍ତ୍ରଣ ସଂସଦକୁ ଯିବା ପାଇଁ । ଏହି ଆମନ୍ତ୍ରଣ ଦେଇଛନ୍ତି ଜଣେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଦଳ ।

୨୦୨୪ରେ ନିର୍ବାଚନ ଲଢିବା ପାଇଁ ସୀମାଙ୍କୁ ଆମନ୍ତ୍ରଣ । କହିବାକୁ ଗଲେ ରାଜନୀତିରେ ସୀମାଙ୍କର ଏଣ୍ଟ୍ରି ଏକପ୍ରକାର ହୋଇଗଲାଣି । ସୀମା ହାଇଦରକୁ ତାଙ୍କ ଦଳରେ ମିଶିବା ପାଇଁ ଏନଡିଏ ସହଯୋଗୀ ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠବଲେଙ୍କ ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆା (RPI) ନିମନ୍ତ୍ରଣ କରିଛି । କୁହାଯାଉଛି, ସୀମା ହାଇଦର ଆରପିଆଇର ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି ।

ଦଳର ପଦାଧିକାରୀଙ୍କ କହିବାନୁଯାୟୀ ସୀମାଙ୍କୁ ତାଙ୍କ ଦଳର ମହିଳା ୱିଙ୍ଗର ଅଧ୍ୟକ୍ଷ ପଦ ଦିଆଯିବ । ଏହାବ୍ୟତୀତ ତାଙ୍କ କହିବା ଶୈଳୀକୁ ଦେଖି ତାଙ୍କୁ ପାର୍ଟିର ପ୍ରବକ୍ତା ମଧ୍ୟ କରାଯିବ ।

ସେତିକି ନୁହେଁ, ଆରପିଆଇ ଦଳୀୟ ଚିହ୍ନରେ ସେ ନିର୍ବାଚନ ମଧ୍ୟ ଲଢିବେ । ତେବେ ସୁରକ୍ଷା ଏଜେନ୍ସ ପକ୍ଷରୁ ସୀମାଙ୍କୁ କ୍ଲିନ ଚିଟ୍ ମିଳିବା ଉପରେ ସବୁକିଛି ନିର୍ଭର କରୁଛି । ଯଦି  ସୁରକ୍ଷା ଏଜେନ୍ସି ସୀମାଙ୍କୁ କ୍ଲିନ ଚିଟ୍ ଦେଇଦିଏ ତେବେ ସୀମା ରାଜନୀତିକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମାସୁମ କିଶୋର କହିଛନ୍ତି, ସୀମା ହାଇଦର ପାକିସ୍ତାନ ନାଗରିକ ଅଟେ । ସେ ଭାରତ ଆସିଛନ୍ତି । ଯଦି ଆମ ସୁରକ୍ଷା ଏଜେନ୍ସି ତାଙ୍କୁ କ୍ଲିନ ଚିଟ ଦେଇଦିଅନ୍ତି ତେବେ ତାଙ୍କୁ ଭାରତର ନାଗରିକତା ମିଳିଯିବ । ଏହା ପରେ ସୀମାଙ୍କୁ ଦଳକୁ ସ୍ୱାଗତ କରାଯିବ ।  ବାବା ସାହେବଙ୍କ ଆଇନରେ ପ୍ରାବଧାନ ରହିଛି, ଭାରତର ନାଗିରିକ ହୋଇଥିଲେ ଯେ କୌଣସି ସ୍ଥାନରୁ ବି ଛିଡା ହୋଇ ନିର୍ବାଚନ ଲଢିପାରିବ ।

Comments are closed.