Latest Odisha News

BREAKING NEWS

ବହୁତ ଶୀଘ୍ର ବ୍ୟାଟିଂ କରିବାକୁ ଆସିଲେ ଧୋନୀ

ଚେପକ: ଚଳିତ ଆଇପିଏଲରେ ପୂନର୍ବାର ଗତ ଥର ପରି ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଅର୍ଡର ନେଇ ପୂର୍ବତନ କ୍ରିକେଟର ଓ ପ୍ରଶଂସକମାନେ ନୈରାଶ୍ୟ ବ୍ୟକ୍ତ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ଧୋନୀ ୯ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ଏପରିକି ଦଳର ଖରାପ ପ୍ରଦର୍ଶନ ସତ୍ୱେ ଧୋନୀଙ୍କ ଆଗରେ ରବିଚନ୍ଦ୍ରନ ଅଶ୍ୱୀନ ବ୍ୟାଟିଂ କରିବାକୁ ଆସିଥିଲେ । ପ୍ରଶଂସକମାନେ ସୋସିଆଲ ମିଡିଆରେ ଏ ନେଇ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଧୋନୀ ୧୬ ବଲରେ ୩୦ ରନ କରିଥିଲେ ମଧ୍ୟ ତାହା ମୂଲ୍ୟହୀନ ଥିଲା । ସେ ସମୟରେ ଚେନ୍ନାଇ ହାତରୁ ମ୍ୟାଚ ଖସିଯିବା ସହ କେବଳ ଔପଚାରିକତା ରହିଥିଲା ।

ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ସମାଲୋଚନା କରି କହିଛନ୍ତି ଯେ, ଧୋନୀ ଏଥର ବହୁତ ଶୀଘ୍ର ବ୍ୟାଟିଂ କରିବାକୁ ଆସିଲେ । ସେ ପ୍ରାୟତଃ ୧୯ କିମ୍ବା ୨୦ ଓଭରରେ ବ୍ୟାଟିଂ କରିବାକୁ ଆସନ୍ତି ଏଥର ତ ୧୬ ଓଭରରେ ଆସିଛନ୍ତି । ବୋଧହୁଏ ତାଙ୍କ ଦଳର ବ୍ୟାଟ୍ସମ୍ୟାନ ଶୀଘ୍ର ୱିକେଟ ହରାଇ ଦେଲେ । ଇରଫାନ ପଠାନ ମଧ୍ୟ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଧୋନୀଙ୍କୁ ୯ ନମ୍ବର ସ୍ଥାନରେ ମୁଁ କେବେ ହେଲେ ବ୍ୟାଟିଂ କରିବା ସମର୍ଥନରେ ରହିବି ନାହିଁ । ଏହା ଦ୍ୱାରା ଦଳର କ୍ଷତି ହେବ ।

ଯେତେବେଳେ ୧୫ ଆଭରେଜରେ ରନ ଆବଶ୍ୟକ ଥିଲା ସେ ସମୟରେ ଧୋନୀ ନ ଆସିବା ବୁଝା ପଡୁନି । ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଲେଖିଛନ୍ତି ଧୋନୀଙ୍କ ଆଂଠୁ ଠିକ ଅଛି ତ ? ସେ ଜୋର ଜବରଦସ୍ତ ଖେଳୁ ନାହାନ୍ତି ତ ? ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଧୋନୀଙ୍କ ଉପସ୍ଥିତି ଯଥେଷ୍ଟ, ସେ ଗୋଟେ ଷ୍ଟମ୍ପ କରିଛନ୍ତି । ଏହା କଣ ସୋସିଆଲ ମିଡିଆରେ ଘୁରି ବୁଲିବନି । ବ୍ୟାଟିଂ ଅର୍ଡର ନେଇ ଧୋନୀଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ ।

Comments are closed.