ପୁରୀ: ଶ୍ରୀମନ୍ଦିର ପାଇଁ ଆଜି ଠାରୁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଆରମ୍ଭ ହୋଇଛି। ୫ଟି ପର୍ଯ୍ୟାୟରେ ୧୭୨ ଅଫିସର ଓ ୧୪୯୯ ସିପାହୀ ଚୟନ ହେବେ। ଆଜି ୩୨୯ ଜଣ ପୋଲିସ କର୍ମଚାରୀ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (SSMSV) ସୃଷ୍ଟି କରିଛନ୍ତି।
ଏଥିପାଇଁ ଗୃହ ବିଭାଗ ପକ୍ଷରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଜଣେ ଆଇଜି, ଡିଆଇଜି ଓ ପୁରୀ ଏସପି ସଦସ୍ୟ ରହିଛନ୍ତି ।
ଆଜି ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ଚାଲିବ । ବିଭିନ୍ନ ରାଙ୍କରେ ୧୬୭୧ ଜଣ ମନୋନିତ ହେବେ । ପ୍ରଥମେ ସଶସ୍ତ୍ର ପୋଲିସ ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସ ମାନଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ । ରାଜ୍ୟ ପୋଲିସ କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଡାଣ୍ଟ, ଜଣେ ଆସିଷ୍ଟାଣ୍ଟ କମାଡାଣ୍ଟ,୮ ଜଣ ଇନ୍ସପେକ୍ଟର, ୩୧ ଜଣ ସବ ଇନ୍ସପେକ୍ଟର,୨୪ ଜଣ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ପଦବୀରେ ନିଯୁକ୍ତ ହେବେ ।
Comments are closed.