Latest Odisha News

BREAKING NEWS

Illegal Cough Syrup: ବିସ୍କୁଟ ଦୋକାନରେ ବେଆଇନ କଫ୍ ସିରପ୍ ବେପାର, ମାଡ଼ି ବସିଲା ଅନୁଗୁଳ NTPC ପୋଲିସ

ଅନୁଗୁଳ: ବିସ୍କୁଟ ଦୋକାନରେ ଚାଲିଛିଲା ବେଆଇନ କଫ୍ ସିରପ୍ ବେପାର। ମାଡିବସିଲା ପୋଲିସ। ବିସ୍କୁଟ ଦୋକାନରେ ମାଆ-ପୁଅ ଆରମ୍ଭ କରିଥିଲେ ବେଆଇନ କଫ୍ ସିରପ୍ ବେପାର। ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଅନୁଗୁଳ NTPC ପୋଲିସ । ଦୋକାନରୁ ଜବତ କଲା ୬୯୭ ବୋତଲ କଫ୍ ସିରପ୍ । NDPS ଆକ୍ଟ ଅନୁସାରେ ଉଭୟଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାଇ ଏହି ଅଞ୍ଚଳରେ ଦୀର୍ଘଦିନ ହେବ ବେଆଇନ ଭାବେ କଫ୍ ସିରପ୍ ବିକ୍ରି ହେଇଆସୁଥିଲା। ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଗଦାଶିଳା ଗ୍ରାମର ଏକ ରାସନ ଦୋକାନରେ ଚଢାଉ କରିଥିଲା । ଚଢାଉ ସମୟରେ ୬୯୭ଟି କଫ୍ ସିରପ୍ ବୋତଲ ଜବତ କରିଥିବା ବେଳେ ସିପୁନ୍ ବାରିକ ଏବଂ ମୀନା ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏନଟିପିସି ପୋଲିସ।

କଫ୍ ସିରପ୍ ରଖି ବେପାର କରିବା ପାଇଁ ଏହି ଦୁଇଜଣ ମାଆ ଓ ପୁଅ କୌଣସି ଲାଇସେନ୍ସ କିମ୍ବା ଡକ୍ୟୁମେଣ୍ଟ ଦେଖାଇ ପାରିନଥିଲେ ଏବଂ ବେଆଇନ ଭାବରେ କଟକ ଖୁଣ୍ଟୁଣୀ ଅଞ୍ଚଳର କାଳିଆ ବିହାରୀ ନାମକ ବ୍ୟକ୍ତିଙ୍କଠାରୁ କଫ୍ ସିରପ୍ ଆଣି ବିକ୍ରି କରୁଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।

Comments are closed.