ଫିଫା ବିଶ୍ୱକପ ସେମିଫାଇନାଲରେ ପ୍ରଥମ ଥର ପ୍ରବେଶ କଲା ମରକ୍କୋ
୪ ସେମିଫାଇନାଲିଷ୍ଟ ଆର୍ଜେଣ୍ଟିନା, କ୍ରୋଏସିଆ, ମରକ୍କୋ ଓ ଫ୍ରାନ୍ସ
କତାର : ଫିଫା ବିଶ୍ୱକପ୍ ୨୦୨୨ ରେ ଇଚିହାସ ଲେଖିଲା ମରକ୍କୋ । କ୍ରିଷ୍ଟିଆନା ରୋନାଲ୍ଡୋଙ୍କ ଟିମ୍ ପର୍ତ୍ତୁଗାଲକୁ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଏହି ଆଫ୍ରୀକୀୟ ଦେଶ ।
ଏହା ସହିତ କ୍ୱାର୍ଟର ଫାଇନାଲ ରାଉଣ୍ଡ ଶେଷ । ଅଲ୍ ବ୍ୟାଟ୍ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡକୁ ୨-୧ ଗୋଲରେ ଫ୍ରାନ୍ସ ପରାସ୍ତ କରିଛି । ସନ୍ଧ୍ୟାରେ ଆଉ ଏକ ମ୍ୟାଚରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲକୁ ସିଙ୍ଗଲ ଗୋଲ ମାର୍ଜିନରେ ପରାସ୍ତ କରି ମରକ୍କୋ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲକୁ ଉନ୍ନୀତ ହୋଇଛି । ଏହା ସହିତ ସେମିଫାଇନାଲକୁ ପ୍ରବେଶ କରିବାରେ ଆଫ୍ରିକାର ପ୍ରଥମ ଦେଶ ପାଲଟିଛି ମରକ୍କୋ । ଏଥରର ୪ ସେମିଫାଇନାଲିଷ୍ଟ ହେଉଛନ୍ତି ଆର୍ଜେଣ୍ଟିନା, କ୍ରୋଏସିଆ, ମରକ୍କୋ ଓ ଫ୍ରାନ୍ସ ।
The final four 🇫🇷 🇭🇷 🇦🇷 🇲🇦 #FIFAWorldCup #Qatar2022 pic.twitter.com/yRHBh6C7ZM
— FIFA World Cup (@FIFAWorldCup) December 11, 2022
ଫିଫା ବିଶ୍ୱକପରେ ସେମିଫାଇନାଲକୁ ୟୁରୋପର ୨ଟି ଦେଶ ଫ୍ରାନ୍ସ ଓ କ୍ରୋଏସିଆ ପ୍ରବେଶ କରିପାରିଛନ୍ତି । ୨୦୧୮ ଫିଫା ବିଶ୍ୱକପର ଏମାନେ ଯଥାକ୍ରମେ ବିଜୟୀ ଦଳ ଓ ରନର୍-ଅପ୍ସ । ସାଉଥ ଆମେରିକାର ପ୍ରତିନିଧିତ୍ୱ କରିବା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା, ଆଫ୍ରିକାରୁ ପ୍ରତିନିଧିତ୍ୱ କରିବ ମରକ୍କୋ । କ୍ରୋଏସିଆ-ବ୍ରାଜିଲ, ଆର୍ଜେଣ୍ଟିନା-ନେଦରଲାଣ୍ଡସ୍ ମ୍ୟାଚ୍ ପେନାଲ୍ଟିକୁ ଯାଇ କ୍ୱାର୍ଟର ଫାଇନାଲରେ ସବୁଯାକ ମ୍ୟାଚ୍ ବେଶ୍ ଦମଦାର ଥିଲା । ମରକ୍କୋ-ପର୍ତ୍ତୁଗାଲ ରେଜଲ୍ଟ ୧-୦ରେ ସମାପ୍ତ ହୋଇଥିବାବେଳେ ଇଂଲଣକୁ ଫ୍ରାନ୍ସ ୨-୧ ରେ ପଛକୁ ହଟାଇଛି ।
ସେମିଫାଇନାଲରେ କ୍ରୋଏସିଆ ବିପକ୍ଷରେ ଆର୍ଜେଣ୍ଟିନା ଓ ପ୍ରଥମଥର ସେମିଫାଇନାଲିଷ୍ଟ ମରକ୍କୋକୁ ଭେଟିବ ଫ୍ରାନ୍ସ । ଫିଫା ବିଶ୍ୱକପର ୨ ସୁପରପାଓ୍ୱାର ବ୍ରାଜିଲ ଓ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ବ୍ରାଜିଲ୍ ଖେଳାଳି ପରାଜୟକୁ ନେଇ ସ୍ତବ୍ଧ ଅଛନ୍ତି । ହେରି କେନ୍ ଦ୍ୱିତୀୟାର୍ଦ୍ଧ ପେନାଲ୍ଟି କରିନପାରିବାର ମୂଲ୍ୟ ଇଂଲଣ୍ଡକୁ ଦେବାକୁ ପଡିଛି ।
ତେବେ ରେଫରିଂ ମାନଦଣ୍ଡକୁ ନେଇ ପ୍ରଶ୍ନ ଉଠିଛି । କ୍ୱାର୍ଟର ଫାଇନାଲରେ ରେଫରି ବାରମ୍ବାର କାର୍ଡ ଦେଖାଇବା ଦ୍ୱାରା ଅସନ୍ତୁଷ୍ଟ ଅଛି ଆର୍ଜେଣ୍ଟିନା । ଏଥରର ୪ ସେମିଫାଇନାଲିଷ୍ଟ ହେଉଛନ୍ତି ଆର୍ଜେଣ୍ଟିନା, କ୍ରୋଏସିଆ, ମରକ୍କୋ ଓ ଫ୍ରାନ୍ସ । ଆସନ୍ତା ୧୪ ଓ ୧୫ ତାରିଖ ଅପରାହ୍ନ ସାଢେ ୧୨ଟାରେ ସେମିଫାଇନାଲ ଖେଳାଯିବ ।
Comments are closed.