ଆଇଚି-ନାଗୋୟା:ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ସେମିଫାଇନାଲରେ ଭାରତର ସାମ୍ନା ଶ୍ରୀଲଙ୍କା ସହ ଏବଂ ପାକିସ୍ତାନର ମୁକାବିଲା ବାଂଲାଦେଶ ସହ ହେବ । ପ୍ରବଳ ବର୍ଷା ଯୋଗୁଁ ଚାରୋଟିଯାକ କ୍ୱାଟରଫାଇନାଲ୍ ମ୍ୟାଚ୍ ଗୋଟିଏ ହେଲେ ବି ବଲ୍ ନଫିଙ୍ଗି ରଦ୍ଦ କରିଦିଆଯାଇଥିଲା । ଏହାପରେ ଆଇସିସି ଟି୨୦ ର଼୍ୟାଙ୍କିଂରେ ଶ୍ରେଷ୍ଠ ସ୍ଥାନରେ ଥିବା କାରଣରୁ ଭାରତ, ଶ୍ରୀଲଙ୍କା, ପାକିସ୍ତାନ ଏବଂ ବାଂଲାଦେଶ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ନିଶିନଠାରେ ଶ୍ରୀଲଙ୍କା ଓ ନେପାଳ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପ୍ରବଳ ବର୍ଷା ଯୋଗୁଁ ଟସ୍ ପୂର୍ବରୁ ହିଁ ରଦ୍ଦ ହୋଇଥିଲା । ର଼୍ୟାଙ୍କିଂ ଆଧାରରେ ଶ୍ରୀଲଙ୍କା ସେମିଫାଇନାଲକୁ ଯାଇଛି । ଚତୁର୍ଥ କ୍ୱାଟରଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଇଥିଲା । ଭଲ ର଼୍ୟାଙ୍କିଂ ବଳରେ ବାଂଲାଦେଶ ସେମିଫାଇନାଲରେ ପହଞ୍ଚିଛି, ଯେଉଁଠାରେ ସେ ପାକିସ୍ତାନକୁ ଭେଟିବ ।
ସୋମବାର ଭାରତ-ଆଫଗାନିସ୍ତାନ ଏବଂ ପାକିସ୍ତାନ-ହଂକଂ ମଧ୍ୟରେ ହେବାକୁ ଥିବା କ୍ୱାଟରଫାଇନାଲ ମ୍ୟାଚଗୁଡ଼ିକ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଭାରତ ଓ ପାକିସ୍ତାନ ନିଜର ଶ୍ରେଷ୍ଠ ସିଡିଂ ବଳରେ ଅନ୍ତିମ-୪ (ସେମିଫାଇନାଲ)ରେ ସ୍ଥାନ ପକ୍କା କରିଛନ୍ତି । ୨୦୨୨ ଏସିଆନ୍ ଗେମ୍ସ କ୍ୱାଟରଫାଇନାଲରୁ ବିଦା ହୋଇଥିବା ଶ୍ରୀଲଙ୍କା ଏଥର ସେମିଫାଇନାଲରେ ଭାରତର ସାମ୍ନା କରିବ। ଯଦି ଭାରତ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ଧୋଇଯାଏ, ତେବେ ଶ୍ରେଷ୍ଠ ର଼୍ୟାଙ୍କିଂ ଆଧାରରେ ଭାରତ ଫାଇନାଲରେ ପହଞ୍ଚିଯିବ । ବାଂଲାଦେଶ ୨୦୧୦ରେ ଆଫଗାନିସ୍ତାନକୁ ହରାଇ ସ୍ୱର୍ଣ୍ଣ , ୨୦୧୪ ଓ ୨୦୨୩ରେ ବ୍ରୋଞ୍ଜ ପଦକ ଜିତିଥିଲା । ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ (ଏକ୍ଟକ୍ଷୟ) ପଦକ ଜିତିବା ଲକ୍ଷ୍ୟରେ ଅଛି। ୨୦୨୨ ହାଙ୍ଗଝୋଉ ଏସିଆନ୍ ଗେମ୍ସ ଫାଇନାଲରେ ବର୍ଷା ଯୋଗୁଁ ମ୍ୟାଚ୍ ପୂରା ହୋଇନପାରିବାରୁ ଶ୍ରେଷ୍ଠ ର଼୍ୟାଙ୍କିଂ ଆଧାରରେ ଭାରତକୁ ଗୋଲ୍ଡ ମେଡାଲ ମିଳିଥିଲା।


Comments are closed.