ନୂଆଦିଲ୍ଲୀ: ବରିଷ୍ଠ ଅଭିନେତ୍ରୀ ତରଲା ଯୋଶୀଙ୍କ ପରଲୋକ। ରବିବାର ସକାଳେ ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସେ ଷ୍ଟାର୍ପ୍ଲସରେ ପ୍ରସାରିତ ହୋଇଥିବା ସୋ ‘ଏକ୍ ହଜାରୋଁ ମୈ ମେରୀ ବେହେନା ହୈ’ରେ ଦାଦୀ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଅଭିନୟ ବେଶ୍ ପ୍ରଶଂସା ମଧ୍ୟ କରାଯାଇଥିଲା।
ଏହା ବ୍ୟତୀତ ସେ ସାରାଭାଇ ଭର୍ସେସ୍ ସାରାଭାଇ ଏବଂ ବନ୍ଦିନୀ ଭଳି ଟେଲି ସୋରେ ମଧ୍ୟ ଅଭିନୟ କରିଥିଲେ। ଏହାସହ ‘ଗାନ୍ଧୀ ମାଏ ଫାଦର୍’, ‘ହମ୍ ଯୋ କେହେ ନା ପାଏ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟ ପ୍ରଦର୍ଶନ କରିଛନ୍ତି।
Comments are closed.