Latest Odisha News

BREAKING NEWS

ପରଲୋକରେ ବରିଷ୍ଠ ଆଇନଜୀବୀ ଅଶ୍ୱିନୀ କୁମାର ମିଶ୍ର

କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶ୍ୱିନୀ କୁମାର ମିଶ୍ରଙ୍କର ସୋମବାର ଦିନ ଦେହାନ୍ତ ଘଟିଛି । ସେ ଅସୁସ୍ଥତା ଯୋଗୁଁ ସେ କଟକ ଏସସିବିରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ ଏବଂ ସୋମବାର ସକାଳ ୮ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା ।

ସ୍ୱର୍ଗତଃ ମିଶ୍ର ୧୯୪୮ ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୨ରେ ଆଇନକୁ ପେସା ଭାବେ ଗ୍ରହଣ କରି ଓକିଲାତି ଆରମ୍ଭ କରିଥିଲେ । ସେ ୧୯୯୬ରେ ହାଇକୋର୍ଟ ବାର୍ ଆସୋସିଏସନର ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ ।

ହାଇକୋର୍ଟର ଯୁବ ଓକିଲମାନଙ୍କ ଲାଗି ସେ ପ୍ରେରଣାର ଉତ୍ସ ଥିଲେ । ଏହି ସରଳ ଓ ମିଷ୍ଟଭାଷୀ ଆଇନଜୀବୀଙ୍କ ମୃତ୍ୟୁରେ ହାଇକୋର୍ଟ ସମେତ ଓଡ଼ିଶାର ଅନେକ ଅଞ୍ଚଳର ଆଇନଜୀବୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । କଟକର ସତୀଚଉରାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.