Latest Odisha News

BREAKING NEWS

କରୋନା ସହ ଲଢେଇ: ରାଜ୍ୟରେ ଆରମ୍ଭ ହେଲା ମାଗଣା ‘ଟେଲି ମେଡ଼ିସିନ୍ ହେଲ୍‌ପ ଲାଇନ’ ସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢେଇ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ କରୋନା ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗୁଡ଼ିକ ସାରା ଦେଶରେ ମଧ୍ୟ ପ୍ରଶଂସିତ ହେବାରେ ଲାଗିଛି । ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଙ୍କ ଲାଗି ମାଗଣା ‘ଟେଲି ମେଡ଼ିସିନ୍ ହେଲ୍‌ପ ଲାଇନ’ ସେବା ଆରମ୍ଭ କରିଛନ୍ତି ।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ‘ଟେଲି ମେଡ଼ିସିନ୍ ହେଲ୍‌ପ ଲାଇନ’ ସେବା
ନେଇ ଟ୍ୱିଟ୍ କରି ଜଣାଇଛନ୍ତି ।

ଏହି ନିଃଶୁଳ୍ପ ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବା ନେଇ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ, “ଏହା ହେଉଛି ସଂପୂର୍ଣ୍ଣ ନିଃଶୁଳ୍କ ସେବା । ଯେଉଁ ବ୍ୟକ୍ତିମାନଙ୍କର କାଶ, ଜ୍ୱର ବା ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କଲା ପରି କୋଭିଡ୍ ୧୯ ପରି ଲକ୍ଷଣ ପ୍ରକାଶ ପାଉଛି ସେମାନେ ହେଲପଲାଇନ୍ ନମ୍ବରରେ ଡାଏଲ କରି ସେବା ପାଇପାରିବେ ।”

Leave A Reply

Your email address will not be published.