ଭୁବନେଶ୍ୱର: ରବିବାର ସକାଳେ ପୁଣେ ରେଳ ଷ୍ଟେସନରେ ଓଡିଶାର ଅନନ୍ତ ନାୟକ ନାମକ ଜଣେ ବରିଷ୍ଠ ସେନା ଅଧିକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ସୋଲାପୁର ଉଦୟନ୍ ଏକ୍ସପ୍ରେସ ସମ୍ମୁଖକୁ ୫୭ ବର୍ଷୀୟ ଅଧିକାରୀ ଡେଇଁପଡିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ “ଅଧିକାରୀ ଜଣକ ତାଙ୍କ ଡ୍ରାଇଭର ସହିତ ରେଳ ଷ୍ଟେସନକୁ ଆସିଥିଲେ। ଡ୍ରାଇଭରକୁ ବାହାରେ ଛାଡି ସେ ପ୍ଲାଟଫର୍ମ ନମ୍ବର ୩ କୁ ଯାଇ ରାତି ପ୍ରାୟ ୧୨: ୧୫ରେ ଉଦୟାନ ଏକ୍ସପ୍ରେସ ଆଗରେ ଡେଇଁପଡି ମୃତ୍ୟୁ ବରଣ କରିଥିଲେ।
ରିପୋର୍ଟ ଅନୁଯାୟୀ, ପୁଣେର ସଶସ୍ତ୍ର ବାହିନୀ ମେଡିକାଲ କଲେଜ (ଏଫଏମସି) ରେ ନାୟକଙ୍କୁ ବିଭାଗ ଏବଂ ହସ୍ପିଟାଲ ପ୍ରଶାସନର ମୁଖ୍ୟ ଭାବରେ ପୋଷ୍ଟ କରାଯାଇଥିଲା ଏବଂ ସେଠାରେ ଅଧିକାରୀଙ୍କ କ୍ୱାର୍ଟରରେ ସେ ଏକୁଟିଆ ରହୁଥିଲେ। ତାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି।
ଏ ସମ୍ପନ୍ଧୀୟ ଅଧିକ ବିବରଣୀ ଅନୁସନ୍ଧାନ କରାଯାଉଛି ବୋଲି ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।
ସେପଟେ ରେଳ ଆରପିଏଫ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Comments are closed.