ପୁରୀ: ପୁରୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁରୀ ଶ୍ରମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ ମୋଟ ୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏନେଇ ସୁଚନା ଦେଇଛନ୍ତି ।
ଚିହ୍ନଟ ସଂକ୍ରମିତ ୫୦ ଜଣଙ୍କ ମଧ୍ୟରୁ ୨୨ ଜଣ ହେଉଛନ୍ତି ସେବାୟତ ଓ ସେମାନଙ୍କ ପରିବାର ଲୋକ । ୧୯ ଜଣ ଜୋତା ଷ୍ଟାଣ୍ଡ କର୍ମଚାରୀ । ଆଉ ୯ ଜଣ ଶ୍ରୀମନ୍ଦିର କର୍ମଚାରୀ ।
ସୂଚନା ଅନୁସାରେ, କୁମ୍ଭମେଳାରେ ପୁରୀରୁ ମୋଟ ୧୭ ଜଣ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଅନ୍ୟ ୧୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଉ ୨ ଜଣ ଏପର୍ଯ୍ୟନ୍ତ କୋଭିଡ୍ ଟେଷ୍ଟ୍ କରି ନାହାନ୍ତି । ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଜି ଠାରୁ ନୂଆ ଏସ୍ଓପି ଲାଗୁ କରାଯାଇଛି । ଏହି ଏସ୍ଓପି ଅନୁସାରେ ଆଜିଠୁ ରାଜ୍ୟ ବାହାର ଭକ୍ତଙ୍କ ପାଇଁ RT-PCR ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟକାମୂଳକ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରାଯାଉଛି ।