Latest Odisha News

BREAKING NEWS

ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନୂଆଦିଲ୍ଲୀସ୍ଥିତ ଏମ୍ସରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ତାଙ୍କର ହୃଦଘାତ ଯୋଗୁଁ ଡ଼ାକ୍ତରଖାନାରେ ପ୍ରାଣହାନୀ ଘଟିଛି ।

ସେ କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ୍ କରି କହିଥିଲେ, କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହୋଇପାରିଥିବା ଯୋଗୁଁ ଆନନ୍ଦିତ ଏବଂ ପିଲାଟି ବେଳୁ ଏହି ଖୁସିର ଦିନକୁ ଅପେକ୍ଷା କରିଥିଲି ।

ସ୍ୱର୍ଗତା ସ୍ୱରାଜ ଭାରତୀୟ ଜନତା ପାର୍ଟିର ସବୁଠାରୁ ଜନପ୍ରିୟ ନେତ୍ରୀ ଥିଲେ । ସେ ସ୍ୱାସ୍ଥ୍ୟଗତ କାରଣରୁ ଗତ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିପାରିନଥିଲେ । ସେ ଗତ ନଭେମ୍ବର ମାସରେ ନିର୍ବାଚନ ନ’ଲଢିବାକୁ ଘୋଷଣା କରିଥିଲେ ।

Leave A Reply

Your email address will not be published.