Latest Odisha News

BREAKING NEWS

ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଟିଭି ଜଗତର ଜଣାଶୁଣା କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀ ଆଉ ନାହାନ୍ତି । ଗତକାଲି ସନ୍ଧ୍ୟାରେ ହୃଦଘାତର ଶିକାର ହୋଇ ସେ ଆଖି ବୁଜି ଦେଇଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲରେ ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟଭାବେ କାର୍ଯ୍ୟ କରୁଥିଲେ ସୁବୋଧ । ମୃତ୍ୟୁବେଳକୁ ତାଙ୍କୁ ୫୨ବର୍ଷ ହୋଇଥିଲା । ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ମହଲକୁ ସ୍ତବ୍ଧ କରିଦେଇଛି ।

ନିଜ କାର୍ଯ୍ୟରେ ଅତ୍ୟନ୍ତ ନିଷ୍ଠାପର ଥିବା ସୁବୋଧଙ୍କ ବ୍ୟକ୍ତିତ୍ୱ ମଧ୍ୟ ଉଚ୍ଚକୋଟିର ଥିଲା । କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହେଉଥିବା ହକି ଇଭେଣ୍ଟ କଭରେଜ୍ ଦାୟିତ୍ୱ ପାଇଥିବାରୁ ସେ ବେଶ୍ ଉତ୍ସାହିତ ଥିଲେ । ପ୍ରାକ୍ ପ୍ରସ୍ତୁତି କଭରେଜ୍ ପାଇଁ ଗତକାଲି ମଧ୍ୟ କଳିଙ୍ଗ ଷ୍ଟାଡ଼ିୟମ ଯାଇଥିଲେ । ସେଠାରୁ କାମ ସାରି ଅଫିସରୁ ସନ୍ଧ୍ୟାବେଳେ ଘରକୁ ଫେରିଥିଲେ ।

ଘରେ ପହଞ୍ଚିବା ପରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଡ଼ାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ସ୍ୱର୍ଗତଃ ପାଣିଗ୍ରାହୀଙ୍କ ଘର ବ୍ରହ୍ମପୁର ଗେଟ୍ ବଜାରରେ । ତାଙ୍କର ପତ୍ନୀ ଏବଂ ଏକମାତ୍ର ପୁଅ ଅଛନ୍ତି ।

Leave A Reply

Your email address will not be published.