ଭୁବନେଶ୍ୱର: ସାଧାରଣ ଜୀବନରେ କୁହାଯାଏ ଯେ, ମଣିଷ ୬୦ ବର୍ଷ ବୟସରେ ପହଁଚିଲେ ଜୀବନ ଯେମିତି ସେଇଠି ଅଟକିଯାଏ । ସବୁ ଦକ୍ଷତା, ପ୍ରଦର୍ଶନ ଓ ପାରଦର୍ଶିତାର ଯେମିତି ସେହିଠାରୁ ଶେଷ ହୋଇଯାଏ । ଏଭଳି ମାନସିକତା ଆମ ଭିତରେ ଯେମିତି ଏକ ନିୟମିତ ଭାବନା ଆକାରରେ ବସା ବାନ୍ଧିଛି । ଏକଥା ଭୁଲ ପ୍ରମାଣିତ ହୋଇଛି ଭୁବନେଶ୍ୱରରେ ଆୟୋଜିତ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ପିଜାଣ୍ଟଶୋ-୨୦୨୩ ରେ । ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ’ର ତୃତୀୟ ସଂସ୍କରଣ ପୂର୍ତ୍ତିି ଅବସରରେ ଆୟୋଜିତ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ପିଜାଣ୍ଟ ଶୋ-୨୦୨୩ ରେ ଏଭଳି ଭିନ୍ନ ଉଦ୍ୟମ କରାଯାଇଛି । ଏହି ଅବସରରେ ଏଥର ଆୟୋଜିତ ଫ୍ୟାଶନ ଶୋ\’ରେ ନୂଆ କରି ବରିଷ୍ଠ ନାଗରିକମାନଙ୍କୁ ସାମିଲ କରାଯାଇଥିଲା । ରାମ୍ପରେ ସେମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମିସେସ୍ ଇଣ୍ଡିଆ ୱାଲ୍ଡ ୨୦୨୧ର ୱିନର କୋମଲ ନବଦୀପ କୌର ଯୋଗ ଦେଇଥିଲେ ।
ଏଭଳି କାର୍ଯ୍ୟକ୍ରମର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦଙ୍କ କହିବା ଅନୁଯାୟୀ, ଦୁଇବର୍ଷ ଧରି ମଲର ବର୍ଷ ପୁରାଣି ପୂର୍ତ୍ତି ଅବସରରେ ଫ୍ୟାଶନ ଶୋ\’ ଆୟୋଜନ ହୋଇ ଆସୁଥିଲା । ତେବେ ଏଥର କିଛି ଭିନ୍ନ କରିବାକୁ ଉଦ୍ୟମ କରାଯାଇଥିଲା । ସେହି କ୍ରମରେ ବରିଷ୍ଠ ନାଗରିକଙ୍କୁ ନେଇ ଆୟୋଜିତ ହୋଇଥିଲା ରାମ୍ପ ଶୋ\’ । ଏଥିରେ ୬୦ ବୟସରୁ ଅଧିକ ବୟସ୍କ ୧୦ରୁ ଅଧିକ ବରିଷ୍ଠ ନାଗରିକମାନେ ଯୋଗ ଦେଇ ରାମ୍ପରେ ଚାଲିଥିଲେ । ସେମାନଙ୍କର ରାମ୍ପରେ ଆତ୍ମବିଶ୍ୱାସ ଥିଲା ବେଶ୍ ବଳିଷ୍ଠ । ସେହିଭଳି ରାମ୍ପ ରେ ଚାଲୁଥିବା ବରିଷ୍ଠ ନାଗରିକଙ୍କ କହିଛନ୍ତି ଯେ, ବୟସ ଆଧାରରେ ନୁହେଁ, ମାନସିକତା ଆଧାରରେ ମଣିଷ ବୟୋଜ୍ୟେଷ୍ଠ ବ୍ୟକ୍ତି ପାଲଟିଯାଏ । ତେଣୁ ଏଭଳି କାର୍ଯ୍ୟକ୍ରମର ଆୟୋଜକଙ୍କ ଉଦ୍ୟମ ପ୍ରଶଂସନୀୟ ।
ଚଳିତ ବର୍ଷ ପ୍ରତିଯୋଗିତା ପାଇଁ ୪ଟି ବର୍ଗ ରଖାଯାଇଥିଲା । ମିଷ୍ଟର ଏବଂ ମିସ୍ ଜୁନିୟର, ମିଷ୍ଟର ଏବଂ ମିସ୍ ସିନିୟର ଏବଂ ରନର୍ସ ଅଫ ମିଷ୍ଟର ଏବଂ ମିସ ଜୁନିୟର ଏବଂ ମିଷ୍ଟର ଏବଂ ମିସ ସିନିୟର । ଅଡ଼ିଶନରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ମୋଟ୍ ୬୦ ଜଣ ପ୍ରତିଯୋଗୀଙ୍କୁ ଏଥିରେ ଚୟନ କରାଯାଇଥିଲା । ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର, ସୂର୍ଯ୍ୟମୟୀ ମହାପାତ୍ର, ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ଫ୍ୟାଶନ ଡିଜାଇନର ତେଜସ ଗାନ୍ଧୀ, ସୋନିଲୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜେତାଙ୍କୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା ।
Comments are closed.