Latest Odisha News

BREAKING NEWS

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଉଡ଼ାଣ । ବିଦେଶକୁ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇକୁ ସୋମବାର ଉଡ଼ାଣ କରିବ । ଇଣ୍ଡିଗୋ ଏୟାରବସ୍-୩୨୦ ବିମାନ ସପ୍ତାହକୁ ୩ ଥର ଦୁବାଇକୁ ଉଡ଼ାଣ ଭରିବ । ଏପ୍ରିଲ୍ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିଥିଲେ ।

ଲୋକଙ୍କ ଆଶା ଓ ଆଂକାକ୍ଷା ପୂରଣ କରିବା ନେଇ ମେ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବା ସହ ଦୁବାଇ ସହ ସମ୍ପର୍କ ଯୋଡ଼ି ହେବ ।

ପର୍ଯ୍ୟଟନ ସହ ଆଇଟି ଏବଂ ଉତ୍ପାଦନ ଶିଳ୍ପ ବିମାନ ସେବା ଦ୍ୱାରା ଲାଭାନ୍ୱିତ ହେବ । ଏଥିସହ ବିମାନ ସେବା ରାଜ୍ୟକୁ ପୁଞ୍ଜି ଆକୃଷ୍ଟ କରିବ । ଭୁବନେଶ୍ୱରରୁ ଦୁବାଇକୁ ବିମାନ ଭଡ଼ା ୧୦ ହଜାର ଟଙ୍କା ଏବଂ ଯିବାଆସିବା ଭଡ଼ା ୨୦ ହଜାର ଟଙ୍କା ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରିଛି ।

Leave A Reply

Your email address will not be published.