Latest Odisha News

ଲାଞ୍ଚ ନେବା ପଡିଲା ମହଙ୍ଗା; ମାଡି ବସିଲା ଭିଜିଲାନ୍ସ

ବାଲେଶ୍ୱର: ଲାଞ୍ଚ ନେବା ପଡିଲା ମହଙ୍ଗା । ମାଡି ବସିଲା ଭିଜିଲାନ୍ସ ।  ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ।  ବରିଷ୍ଠ କିରାଣି ମନୋଜ ଜଣେ  ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ।

ଉକ୍ତ କର୍ମଚାରୀଙ୍କ ଠିକା ଅବଧି ପୂରଣ ହୋଇଯାଇଥିବା ବେଳେ ଚାକିରି ନିୟମିତ କରିବା ପାଇଁ ଆବଶ୍ୟକ ଫାଇଲ କାମ କରିବାକୁ ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ ତାଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ଠିକା କର୍ମଚାରୀ ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲେ।

ପୂର୍ବ ଯାେଜନା ଅନୁସାରେ ଆଜି ମନୋଜ ଠିକା କର୍ମଚାରୀଙ୍କଠାରୁ  ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ନେଇଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଧରାପଡିବା ପରେ ଭିଜିଲାନ୍ସ ପକ୍ଷରୁ  ମନୋଜ କୁମାର ଭଞ୍ଜଙ୍କ ଦୁଇ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।

Comments are closed.