Latest Odisha News

BREAKING NEWS

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ । ସିବିଆଇ ଅଫିସ ସାମନାରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଲେ । ଏହାପରେ ନରସିଂହ ମିଶ୍ରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସିବିଆଇ ଅଫିସ ଆଗରେ ଭାଷଣ ଦେବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ବୈଠକରେ ଯୋଗ ଦେବାକୁ ବଲାଙ୍ଗିରରୁ ସେ ସିଧାସଳଖ ଆସିଥିଲେ ଭୁବନେଶ୍ୱର ।

ନରସିଂହ ମିଶ୍ରଙ୍କର ଡାଏବେଟିସ୍ ରହିଛି । ଡାକ୍ତରଙ୍କ ରିପୋର୍ଟ ଅନୁସାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ସୁଗାର ସ୍ତର କମିଯିବାରୁ ସେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଏକ ଖାେଲା ଜିପ୍‌ରେ ନରସିଂହ ମିଶ୍ର ଭାଷଣା ଦେବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ।

Leave A Reply

Your email address will not be published.