Latest Odisha News

ସ୍ଵରବର୍ଣ୍ଣ

✍?ସୁପ୍ରିୟା ପଣ୍ଡା 

ଅ ରେ ଅରଟ , ଆ ରେ ଆତ
ପଢ଼ିବା ଲେଖିବା ଗାଇବା ଗୀତ ।
ଇ ରେ ଇଟା ପୁଣି ଈ ରେ ଈଷ
ଖେଳ ପରେ ପାଠ ପଢ଼ିବା ଆସ।
ହର୍ଷ ଉ ରେ ଉଇ ,ଦୀର୍ଘ ଊ ରେ ଊଖଲ
ଛୁକୁ ଛୁକୁ କରି ଚାଲୁଥାଏ ରେଳ।


ଋ ରେ ଋଷି, ଋ ରେ ଋଣ
ଗୁରୁଙ୍କ କଥା କୁ ସଭିଏଁ ଶୁଣ।
ଏ ରେ ଏକ,  ଐ ରେ ଐର
ପାଠ ପଢ଼ି ଆମେ ହୋଇବା ବୀର।
ଓ ରେ ଓଟ , ଔ ରେ ଔଷଧ
ଭଲ ପିଲା ହେବା ଭୁଲି ବିବାଦ ।

ରସୁଲଗଡ଼, ଭୁବନେଶ୍ୱର

Leave A Reply

Your email address will not be published.