Latest Odisha News

BREAKING NEWS

ଦଳ ଛାଡ଼ିଲେ ବରଗଡ଼ର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ ସାହୁ

ବରଗଡ଼: ଓଡ଼ିଶା କଂଗ୍ରେସ ଦଳରେ ଇସ୍ତଫା ପ୍ରଦାନ ଧାରା ଜାରି ରହିଥିବା ବେଳେ ବରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ ସାହୁ ସୋମବାର ଦିନ ଦଳ ପରିତ୍ୟାଗ କରିଛନ୍ତି ।

ସେ ଗତବର୍ଷ ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ଅସଫଳ ହୋଇଥିଲେ ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରୁଥିବା ସମ୍ପର୍କରେ ଏକ ପତ୍ର ମାଧ୍ୟମରେ ସୋମବାର ଦିନ ଜଣାଇଛନ୍ତି ।

ଏହି ବରିଷ୍ଠ ନେତା ଦଳରୁ ଇସ୍ତଫା ପ୍ରଦାନ କରିଥିବା କାରଣ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେ ଗତବର୍ଷ ଫେବୃଆରୀ ମାସରେ ଅନୁଷ୍ଠିତ ହୋଇଥିବା ବିଜେପୁର ଉପ-ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସମ୍ପର୍କରେ ଦଳୀୟ ନେତୃତ୍ୱଙ୍କୁ ଆତ୍ମନିରୀକ୍ଷଣ କରିବାକୁ କହିଥିଲେ ।

ତାଙ୍କର ଏହି ପରାମର୍ଶକୁ ସେମାନେ ହତାଦର କରିଥିଲେ, ଏପରିକି ଓପିସିସିର ପୁନର୍ଗଠନ ସମୟରେ ମଧ୍ୟ ଏହାକୁ ବିଶେଷ ଗୁରୁତ୍ୱ ଦିଆଯାଇନଥିଲା ।

ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଓପିସିସି ଉପ-ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, ବରିଷ୍ଠ ନେତା ସୁବଳ ସାହୁଙ୍କ ଇସ୍ତଫାରେ କଂଗ୍ରେସ ବିବ୍ରତ ନୁହେଁ । ଯେଉଁସବୁ ନେତାମାନେ ଦଳ ପରିତ୍ୟାଗ କରୁଛନ୍ତି ସେମାନଙ୍କ ଯୋଗୁଁ କଂଗ୍ରେସ ଦଳ ଓଡ଼ିଶାରେ ସଂଘର୍ଷ ଜାରି ରଖିଛି, ଦଳ ପାଇଁ ଏହା ଶୁଭ ସଙ୍କେତ । ରାଜ୍ୟରେ ଏଥର ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରିବ । ମୁଁ ଗଣମାଧ୍ୟମକୁ ଅନୁରୋଧ କରୁଛି ଯେ, ସେମାନେ ପ୍ରତୀକ୍ଷା କରନ୍ତୁ ଏବଂ ଦେଖନ୍ତୁ ବୋଲି କଂଗ୍ରେସ ଉପ-ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ।

Leave A Reply

Your email address will not be published.