Latest Odisha News

BREAKING NEWS

ସ୍ପେନ ଗସ୍ତ ଲାଗି ୧୮ ଜଣିଆ ଭାରତୀୟ ମହିଳା ହକି ଦଳରେ ଓଡିଶାର ୨ ଖେଳାଳୀ ସାମିଲ

ନୂଆଦିଲ୍ଲୀ : ଜାନୁଆରୀ ୨୬ ତାରିଖରେ ସ୍ପେନରେ ଆରମ୍ଭ ହେବାକୁ ଥିବା ଖେଳରେ ଭାରତୀୟ ମହିଳା ହକି ଦଳ ପାଇଁ ଘୋଷିତ ୧୮ ଜଣିଆ ଦଳରେ ଓଡିଶାର ହକି ଖେଳାଳୀ ଲିଲିମା ମିଞ୍ଜ ଓ ଦୀପ ଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି ।

ଏସମ୍ପର୍କରେ ହକି ଇଣ୍ଡିଆ ତରଫରୁ ଘୋଷଣା କରାଯାଇଛି ।

ଏହି ଭାରତୀୟ ହକି ଦଳ ରାନୀଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି । ଏହି ଗସ୍ତରେ ଭାରତ ସ୍ପେନ ବିପକ୍ଷରେ ୪ଟି ମ୍ୟାଚ ଓ ୨୦୧୮ ମହିଳା ବିଶ୍ୱକପ୍ ରନର୍ସଅପ୍ ଆର‌୍ୟଲାଣ୍ଡ ବିପକ୍ଷରେ ୨ଟି ମ୍ୟାଚ ଖେଳିବ ।

ଏହି ଜାତୀୟ କ୍ୟାମ୍ପରେ ୩୩ ଜଣିଆ ସମ୍ଭାବ୍ୟ ଦଳ ମଧ୍ୟରେ ଓଡିଶାର ରଶ୍ମିତା ମିଞ୍ଜ, ଦୀପ ଗ୍ରେସ ଏକ୍କା, ସୁନିତା ଲାକ୍ରା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ଅନୁପା ବାର୍ଲାଙ୍କ ପରି ଓଡିଶାର ୬ଜଣ ଖେଳାଳୀ ମନୋନୀତ ହୋଇଥିଲେ ଏବଂ କେବଳ ୨ଜଣ ଏହି ୧୮ ଜଣିଆ ଦଳରେ ସାମିଲ ହୋଇପାରିଛନ୍ତି ।

“ଏହି ଦଳରେ ଭିନ୍ନ ପ୍ରକାରର ମିଶ୍ରିତ ଖେଳାଳୀମାନେ ରହିଛନ୍ତି । ଯେପରିକି ଅଭିଜ୍ଞ ଖେଳାଳୀମାନଙ୍କୁ ବିଶ୍ରାମ ଦିଆଯାଇଛି । ଆଗାମୀ ଅଲମ୍ପିକ କ୍ୱାଲିଫାୟର୍ସ ମ୍ୟାଚ ସିଲେକ୍ସନକୁ ଦୃଷ୍ଟିରେ ରଖି ଅଧିକ ଖେଳାଳୀ ତଥା ନୂଆ ଖେଳାଳୀମାନଙ୍କୁ ଦଳରେ ସାମିଲ କରାଯାଉଛି ଏବଂ ଅଭିଜ୍ଞ ଖେଳାଳୀମାନଙ୍କୁ ବିଶ୍ରାମ ଦିଆଯାଇଛି” ବୋଲି ମୁଖ୍ୟ କୋଚ୍ ଜୋଏର୍ଡ ମାରିଜନେ କହିଛନ୍ତି ।

ଆହୁରି ମଧ୍ୟ ଭାରତୀୟ ଦଳ ଜାନୁଆରୀ ୨୪ ତାରିଖ ଦିନ ବାଙ୍ଗାଲୋରରୁ ସ୍ପେନ ଅଭିମୁଖେ ଗସ୍ତ କରିବ ।

Leave A Reply

Your email address will not be published.