Latest Odisha News

BREAKING NEWS

ବୃଦ୍ଧ ଦମ୍ପତି ତିଆରି କଲେ ଦୁନିଆର ସବୁଠୁ ବଡ ତାଲା: ଏହାକୁ ଅଯୋଦ୍ଧାରେ ନିର୍ମାଣ।ଧୀନ ରାମ ମନ୍ଦିରକୁ ଦାନ କରିବେ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଆଲିଗଡ କେବଳ ଦେଶରେ ନୁହେଁ ବିଶ୍ୱରେ ତାଲା ପାଇଁ ପ୍ରସିଦ୍ଧ । ଏଠାରେ ରହୁଥିବା ଏକ ଦମ୍ପତି ବର୍ଷ ବର୍ଷ ଧରି ଏହି ପରିଚୟ ବଜାୟ ରଖି ଆସିଛନ୍ତି । ସେ ପ୍ରଥମେ ୩୦୦ କିଲୋଗ୍ରାମର ଏକ ବଡ ତାଲା ତିଆରି କରିଥିଲେ । ଏବେ ସେ ୩୦ କିଲୋଗ୍ରାମର ଚାବି ସହିତ ୪୦୦ କିଲୋଗ୍ରାମର ଏକ ବଡ଼ ତାଲା ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ଏହାକୁ ଦୁନିଆର ସବୁଠୁ ବଡ ତାଲା ମଧ୍ୟ କୁହାଯାଉଛି । ବୃଦ୍ଧ ଦମ୍ପତିଙ୍କୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ଏହି ତାଲା ତିଆରି କରିବାକୁ ୬ ମାସ ସମୟ ଲାଗିଥିଲା । ଏହି ତାଲାର ଦୈର୍ଘ୍ୟ ୧୦ ଫୁଟ ଏବଂ ମୋଟେଇ ୪.୫ ଫୁଟ ଅଟେ । ଏହି ବୃଦ୍ଧ ଦମ୍ପତି ଏହି ବଡ ତାଲାକୁ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି ।

ଆଲିଗଡ଼ର ସତ୍ୟ ପ୍ରକାଶ ଶର୍ମାଙ୍କ ପତ୍ନୀ ରୁକମାନୀ ଦେବୀ ଶର୍ମା କହିଛନ୍ତି ଯେ, ଆମେ ସ୍ୱାମୀ ସ୍ତ୍ରୀ ଏକାଠି ଏହାକୁ ପ୍ରସ୍ତୁତ କରିଛୁ । ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରକୁ ଏହାକୁ ଦାନ କରିବାକୁ ଚାହୁଁଛୁ । ସେଥିପାଇଁ ଆମେ ୪୦୦ କିଲୋଗ୍ରାମର ଏହି ତାଲା ତିଆରି କରିଛୁ । ତାଙ୍କ ସ୍ୱାମୀ ଜଣେ ହୃଦ୍ ରୋଗୀ, ଯେଉଁଥିପାଇଁ ଏହାକୁ ତିଆରି କରିବାକୁ ଅଧିକ ସମୟ ଲାଗିଥିଲା । ଏବେ ଏହାକୁ ଦେଖିବାକୁ ଲୋକମାନେ ଭିଡ଼ ଜମାଉଛନ୍ତି ।

Leave A Reply

Your email address will not be published.