Latest Odisha News

BREAKING NEWS

ଲଞ୍ଚ ହେଲାନି ‘ଓଏମଜି ୨’ର ଟ୍ରେଲର

ବଲିଉଡ଼: ଲଞ୍ଚ ହେଲାନି ‘ଓଏମଜି ୨’ର ଟ୍ରେଲର । ଏହି ଫିଲ୍ମର ଟ୍ରେଲର ବୁଧବାର ଲଞ୍ଚହେବାର ଥିଲା । ହେଲେ ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ପରେ ତାଙ୍କୁ ସମ୍ମାନ ଜଣାଇ ଏହାକୁ ସ୍ଥଗିତ ରଖାଯାଇଛି । ଏହି ଫିଲ୍ମର ଟ୍ରେଲର ଗୁରୁବାର ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି ।

ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ଏହି ଖବର ପାଇବା ପରେ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଅଭିନେତା ଅକ୍ଷୟ କୁମାର । ତାଙ୍କ ଫିଲ୍ମ ‘ଓଏମଜି ୨’ର ଟ୍ରେଲର ଆଜି ଲଞ୍ଚ ହେବାର ଥିଲା । କିନ୍ତୁ ସେ ଏହାକୁ ସ୍ଥଗିତ ରଖିଛନ୍ତି ବୋଲି ଅକ୍ଷୟ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ନିତିନ ଦେଶାଇଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ସେ ପ୍ରଡକ୍ସନ ଡିଜାଇନ୍‌ର କିମ୍ବଦନ୍ତୀ ଥିଲେ । ଆମ ଫିଲ୍ମ ଦୁନିଆର ଏକ ବଡ଼ ଅଂଶ ବି ଥିଲେ । ଫିଲ୍ମ ଦୁନିଆ ପାଇଁ ଏହା ଏକ ବଡ କ୍ଷତି । ତାଙ୍କ ସମ୍ମାନରେ ଆମେ ଓଏମ୍‌ଜି-୨ର ଟ୍ରେଲର ରିଲିଜ କରୁନାହୁଁ । ଗୁରୁବାର ସକାଳ ୧୧ଟାରେ ଏହାକୁ ଲଞ୍ଚ କରାଯିବ ।

ଫିଲ୍ମ ‘ଓଏମଜି ୨’ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବ । ଏଥିରେ ଭେଟେରାନ୍ ପଙ୍କଜ ତ୍ରିପାଠୀ, ଗୋବିନ୍ଦ ନାମଦେବ ଅଭିନୟ କରିଛନ୍ତି । ସେହିପରି ଏହି ଫିଲ୍ମରେ ‘ରାମାୟଣ’ ଧାରାବାହିକର ଅରୁଣ ଗୋଭିଲଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିବ । ଅଭିନେତ୍ରୀ ୟାମୀ ଗୌତମ ଏଥିରେ କାମିନୀ ମାହେଶ୍ୱରୀ ଭୂମିକାରେ ନଜର ଆସିବେ ।

Leave A Reply

Your email address will not be published.