Latest Odisha News

BREAKING NEWS

ପୁରୀ ଅଘଟଣକୁ ନେଇ ବରିଷ୍ଠ ସେବାୟତ ଉଠାଇଲେ ପ୍ରଶ୍ନ, କହିଲେ ଭକ୍ତଙ୍କୁ ଆଗୁଆ…

ପୁରୀ: ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ପହୁଡ଼ ପଡ଼ିଥିବା ନେଇ ଘୋଷଣା କରିପାରିଥାନ୍ତେ । ସୂଚନା କେନ୍ଦ୍ର ପାଖରେ ଯେହେତୁ କେହି ନ ଥିଲେ ଭକ୍ତ କିଛି ବି ଜାଣି ପାରିଲେନି । ଫଳରେ ଲୋକମାନେ ବ୍ୟାରିକେଡ୍ ପାଖରେ ଜରି ପକାଇ ବସିଲେ । ଭିଡ଼ ଅଧିକ ହେବାରୁ ଠେଲାପେଲା ହେଲା । ତଳେ ଜରି ପଡିଥିବାରୁ ଲୋକମାନେ ଖସିକି ପଡିଗଲେ । ଆଉ ଏଭଳି ଅଘଟଣ ଘଟିଗଲା ।

ସେ କହିଛନ୍ତି ଯେ, ପହୁଡ଼ ନୀତିକୁ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର କରାଯାଇନାହିଁ। ଯଦି ବି ପହୁଡ଼ ହେଲା, ତାହା ହେଲେ ଘଣ୍ଟାଏ ପରେ ଉଠି ପାରିଥାନ୍ତା। ଏସବୁ ନିଷ୍ପତ୍ତି ପରିଚାଳନା କମିଟି ଥିଲେ ନେଇ ପାରିଥାନ୍ତା, ମାତ୍ର ହେଲାନାହିଁ। ଚଳିତଥର ରାଜ୍ୟ ସରକାର ବିନା ପରିଚାଳନା କମିଟିରେ ରଥଯାତ୍ରା କରିଛନ୍ତି ।

ସୂଚନା ଅନୁସାରେ, ଆଜି ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା। ଭୋର୍ ୪ଟାରେ ଅଘଟଣ ଘଟିଥିଲା। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଥିବାବେଳେ ଠେଲାପେଲାରେ ୨ ମହିଳା ଭକ୍ତ ଓ ଜଣେ ପୁରୁଷ ଭକ୍ତଙ୍କ ମୃତ୍ୟୁ ଘଟିଛି। ୩ ମୃତକ ହେଲେ ପ୍ରଭାତୀ ଦାସ, ବାସନ୍ତୀ ସାହୁ ଏବଂ ପ୍ରେମକାନ୍ତ ମହାନ୍ତି।

 

Comments are closed.