Latest Odisha News

BREAKING NEWS

ପିପିଲିରୁ ପ୍ରାର୍ଥୀ ହେବେ କି ସୁଜାତା କାର୍ତ୍ତିକେୟନ ? ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଜୋର୍ ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ଉଷ୍ଣ ହୋଇଥିବା ବେଳେ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା କମିଶନର ଥିବା ବରିଷ୍ଠ IAS ଅଫିସର ସୁଜାତା କାର୍ତ୍ତିକେୟନ୍ ଚାକିରିରୁ ସ୍ୱେଚ୍ଛାକୃତ ପାଇଁ ଆବେଦନ କରିଥିବା ନେଇ ଚର୍ଚ୍ଚା ବଢ଼ୁଛି । ସୁଜାତା ହେଉଛନ୍ତି 5T ସଚିବ ଭି.କେ ପାଣ୍ଡିଆନଙ୍କ ପତ୍ନୀ ।

ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ ସୁଜାତା ଚାକିରିରୁ ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିବା ଚର୍ଚ୍ଚା ସେ ରାଜନୀତିରେ ଯୋଗଦେବା ପାଇଁ ଉଦ୍ଦିଷ୍ଟ ବୋଲି ଆଲୋଚନାକୁ ଆହୁରି ଖୋରାକ ଯୋଗାଉଛି । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସ୍ଥିର ହୋଇନି । ପ୍ରଦୀପଙ୍କ ପତ୍ନୀ ନା ପୁଅ ନା ଝିଅ କିଏ ହେବ ପ୍ରାର୍ଥୀ ତା’କୁ ନେଇ ବିଜେଡିରେ ସଂଶୟ ଲାଗି ରହିଛି ।

ଏଭଳି ସ୍ଥିତିରେ ଆଇଏଏସ୍ ଅଫିସର ସୁଜାତା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିବା ଚର୍ଚ୍ଚା ରାଜନୀତିକ ଉଷ୍ଣତାକୁ ଢ଼େର୍ ବଢ଼ାଇ ଦେଇଛି । ଆଲୋଚନା ହେଉଛି ବିଜେଡି ଟିକେଟରୁ ହିଁ ସୁଜାତା ପିପିଲିରୁ ଉପନିର୍ବାଚନ ଲଢ଼ିପାରନ୍ତି ।

୨୦୧୯ ନିର୍ବାଚନ ବେଳେ ସୁଜାତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ସେତେବେଳେ ଆଲୋଚନା ହେଉଥିଲା ସୁଜାତାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରି ବିଜେପିର ବୈଜୟନ୍ତ ପଣ୍ଡାଙ୍କୁ ଚେକ୍ ଦେଇପାରେ ବିଜେଡି । ତେବେ, କେନ୍ଦ୍ରାପଡ଼ାରୁ ବିଜେଡି ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଥିଲା ।

Leave A Reply

Your email address will not be published.