Latest Odisha News

ଆଇପିଏସ୍ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ କେଉଁ ବିଭାଗ…

ଭୁବନେଶ୍ୱର: ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ଶୁକ୍ରବାର ଦିନ ଜେଲ୍ କାରାଗାରର ନୂତନ ମହାନିର୍ଦ୍ଦେଶକ (ଡିଜି) ଭାବରେ ଓଡ଼ିଶା ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ ତାଙ୍କର ଏହି କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଛି ଓ ସେ ଏବେ ପର୍ଯ୍ୟନ୍ତ ନିଜ କ୍ୟାରିଅର ମଧ୍ୟରେ ବିଭିନ୍ନ ଚ୍ୟାଲେଞ୍ଜିଂ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି। କେନ୍ଦ୍ରରେ ସେ ଗୃହ ବିଭାଗରେ ଯୋଗ ଦେଇଥିଲେ ଓ ଓଡ଼ିଶା ଫେରିବା ପରେ ସେ  ଜେଲ କାରାଗାରର ଡିଜି ଭାବରେ ନିଯୁକ୍ତି ପାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ତେବେ ପୋଲିସ କ୍ୟାଡରରେ ଏହି ଅଦଳବଦଳରେ ରାଜ୍ୟ ସରକାର କିଛି ନୂତନ ନିଯୁକ୍ତି ମଧ୍ୟ କରିଛନ୍ତି।

୧୯୯୮ ବ୍ୟାଚର ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାର ହେଡକ୍ୱାଟରରେ ଏଡିଜିପି ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତାଙ୍କୁ ଅତିରିକ୍ତ ଡିଜି, ଯୋଗାଯୋଗ ଭାବରେ ନିଯୁକ୍ତ କରାଯାଇଛି। ସେହିପରି କେନ୍ଦ୍ରରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିବା ୨୦୦୦ ବ୍ୟାଚର ଆଇପିଏସ ଅଧିକାରୀ ପ୍ରତୀକ ମହାନ୍ତିଙ୍କୁ ଏଡିଜିପି, ହେଡକ୍ୱାଟର ଭାବରେ ନିଯୁକ୍ତି ଦିଆଯାଇଛି।

ସେହିପରି ପୋଲିସ, ମେରାଇନ୍ ଏବଂ କୋଷ୍ଟାଲ ସିକ୍ୟୁରିଟିର ଏଆଇଜି, ଓପିଏସ୍ (ଏସ୍) ନାରାୟଣ ନାୟକଙ୍କୁ ସୋନପୁର ଏସ୍ପି ଭାବରେ ବଦଳି କରାଯାଇଛି।

 

Comments are closed.