Latest Odisha News

BREAKING NEWS

ବରିଷ୍ଠ ସାମ୍ବାଦିକ ଅଜିତ କୁମାର ଦାଶଙ୍କ ମାତୃ ବିୟୋଗ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ତଥା ନନ୍ଦିଘୋଷ ଟିଭିର ଇନପୁଟ ଏଡିଟର ଅଜିତ କୁମାର ଦାଶଙ୍କ ମାଆ ପ୍ରିୟମ୍ବଦା ଦାଶଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି।

ସୂଚନା ଅନୁଯାୟୀ, ଅସୁସ୍ଥତା କାରଣରୁ ସେ କିଛିଦିନ ଧରି ପ୍ରଦ୍ୟୁମ୍ନ ବଳ ମେମୋରିଆଲ ହସ୍ପିଟାଲ (କିମ୍ସ)ରେ ଚିକିତ୍ସାଧୀନ ରହିଥିଲେ।

ସ୍ବର୍ଗତଃ ପ୍ରିୟମ୍ବଦା ଦାଶ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପତ୍ନୀ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି। ତେବେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ବଡପୁଅ ଅଶୋକ ଦାଶ ମୁଖ୍ଯାଗ୍ନି ଦେଇଥିଲେ। ସ୍ବାମୀ ଶରତ ଦାଶ, ଦୁଇପୁଅ, ବୋହୂ, ଦୁଇଝିଅ-ଜ୍ବାଇଁ ଓ ନାତିନାତୁଣୀ ଅଛନ୍ତି।

Comments are closed.