Latest Odisha News

BREAKING NEWS

ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ

ଭୁୁବନେଶ୍ୱର :ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ । ସେ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡିତ ଥିଲେ । ଆଜି ୫୧ ବର୍ଷ ବୟସରେ ଅକାଳରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅକ୍ଷୟଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଅକ୍ଷୟଙ୍କ ଜନ୍ମସ୍ଥାନ ହେଉଛି କେନ୍ଦୁଝର । ପରିବାର କହିଲେ ପୁଅ ଓ ପତ୍ନୀ ।

ସେ୨୦୧୫ ମସିହାରେ କଳିଙ୍ଗ ଟିଭିରେ କାମ କରୁଥିଲେ । ପରେ ସେ ଓଟିଭିରେ ୨୦୦୩ ମସିହାରୁ ୨୦୧୫ ଯାଏଁ କାମ କରିଛନ୍ତି । ନିକଟରେ ସ୍ୱର୍ଗତ ଅକ୍ଷୟ ତାଙ୍କର ୧୮ ତମ ବିବାହ ବାର୍ଷିକୀ ସେଲିବ୍ରେସନ କରିଥିଲେ ।ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ଅକ୍ଷୟ

ହେଲେ ତାଙ୍କର ଅକାଳ ବିୟୋଗରେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ କହିଛନ୍ତି ,ଅକ୍ଷୟ ଥିଲେ ଜଣେ ଦୟାଳୁ ବ୍ୟକ୍ତିତ୍ୱର । ଅନ୍ୟମାନଙ୍କୁ ସବୁବେଳେ ସାହାର୍ଯ୍ୟ କରିବା ବ୍ୟକ୍ତିତ୍ୱର ବ୍ୟକ୍ତିଟିଏ ଥିଲେ ଅକ୍ଷୟ । ତେଣୁ ତାଙ୍କ ବିୟୋଗ ମିଡିଆ ଜଗତ ପାଇଁ ଏକ ଅପୁରଣୀୟ କ୍ଷତିା

Comments are closed, but trackbacks and pingbacks are open.