Latest Odisha News

BREAKING NEWS

ପରଲୋକରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ରାଜ୍ୟ ବିଜେପିର ଶୋକ

କଟକ: ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ । ଆଜି ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କିଛି ଦିନ ହେବ ଅସୁସ୍ଥତା କାରଣରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସାମ୍ୱାଦିକତା ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ତାଙ୍କ ବିୟୋରେ ବରିଷ୍ଠ ସାମ୍ୱାଦିକଙ୍କ ସହ ରାଜନେତା ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ବ୍ୟକ୍ତିମାନେ ଏନେଇ ବାର୍ତ୍ତା ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି। ଅରୁଣଙ୍କ ଘର ପୈତୃକଘର କେନ୍ଦୁଝର ସେ କଟକରେ ପରିବାର ସହ ରହୁଥିଲେ ।

ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ। ବରିଷ୍ଠ ସାମ୍ବାଦିକ , ସୁବକ୍ତା ତଥା ବିଶିଷ୍ଟ ସ୍ତମ୍ଭକା ଥିଲେ ଅରୁଣ ପଣ୍ଡା। ତାଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.