Latest Odisha News

BREAKING NEWS

ପରଲୋକରେ ବରିଷ୍ଠ ସାମ୍ବାଦିକ ବନ ବିହାରୀ ମହାନ୍ତି

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ସାମ୍ବାଦିକ ବନ ବିହାରୀ ମହାନ୍ତି । ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବନ ବିହାରୀ ମହାନ୍ତି ଦୀର୍ଘ ଦିନ ଧରି ବିଭିନ୍ନ ଖବରକାଗଜରେ କାର୍ୟ୍ୟ କରି ସୁନାମ ଅର୍ଜନ କରିଥିଲେ ।

ପ୍ରଜାତନ୍ତ୍ର, ଇଷ୍ଟର୍ଣ୍ଣ ଟାଇମ୍ସ ଭଳି କିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ ସେ କାମ କରିଥିଲେ । ପରେ ସାମ୍ବାଦିକତା ଶିକ୍ଷାଦାନ ବୃତ୍ତିକୁ ଆଦରି ନେଇଥିଲେ ବନ ବିହାରୀ ମହାନ୍ତି । ତାଙ୍କ ବିୟୋଗରେ ଗଣମାଧ୍ୟମ ଦୁନିଆରେ ଶୋକର ଛାୟା । ବହୁ ବିଶିଷ୍ଟ ବ୍ୟକ୍ତି ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Leave A Reply

Your email address will not be published.