Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନ ଏବେବି ଚାଲିଛି । କାଶ୍ମୀର ଜୋନ୍ ପୋଲିସ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି ।

କାଶ୍ମୀର ପୋଲିସ ମୁଖ୍ୟ କହିଛନ୍ତି, ପୋଲିସ ଦ୍ୱାରା ସଂଗୃହୀତ ନିର୍ଦ୍ଧିଷ୍ଟ ସୂଚନାକୁ ଆଧାର କରି ପୋଲିସ ଏବଂ ସିଆରପିଏଫର ମିଳିତ ଏକ ଟିମ୍ ହରୱାନ ଅଞ୍ଚଳରେ କର୍ଡ଼ନ୍-ଆଣ୍ଡ-ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କୁ କର୍ଡ଼ନ କରାଯାଉଥିବାରୁ ସେମାନେ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀ ମଧ୍ୟ ପାଲଟାଗୁଳିନା ଚାଳନା କରିଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।

ନିହତ ହୋଇଥିବା ଆତଙ୍କବାଦୀ ଜଣେ ବିଦେଶୀ ବୋଲି ଜଣାପଡ଼ିଛି । ତାଙ୍କର ପ୍ରକୃତ ପରିଚୟ ଜାଣିବାକୁ ଉଦ୍ୟମ କରାଯାଉଛି ।

Leave A Reply

Your email address will not be published.