ବ୍ରହ୍ମପୁର:ପରଲୋକରେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ର । ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।
ସ୍ଵର୍ଗତ ମହାପାତ୍ର ସାମ୍ବାଦିକତା କ୍ଷେତ୍ରରେ ଜଣାଶୁଣା ନାଆଁ ଥିଲେ। ସମ୍ବାଦ, ନିତିଦିନ, ସକାଳ ଭଳି ଖବରକାଗଜ ସହିତ ଲୋକାଲ୍ କେବୁଲ୍ ଚ୍ୟାନେଲ୍ରେ ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ସାମ୍ବାଦିକତା ପାଠ ପଢାଇବା ଦିଗରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଥିଲା।
ତାଙ୍କ ପରଲୋକରେ ବ୍ରହ୍ମପୁରରେ ଶାେକର ଛାୟା ଖେଳି ଯାଇଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ଗଜପତି ନଗରସ୍ଥିତ ତାଙ୍କ ଘରେ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ପହଂଚି ଥିଲେ।
Comments are closed.