Latest Odisha News

BREAKING NEWS

ପାକିସ୍ଥାନରେ ହିନ୍ଦୁ ନେତାଙ୍କ ଘରେ ବୁଲଡ଼ୋଜର ଚଲାଇଦେଲେ ଶେହବାଜ ସରକାର

ପାକିସ୍ଥାନ : ପାକିସ୍ଥାନରେ ହିନ୍ଦୁ ମାନଙ୍କ ଦିଆ ଯାଉଥିବା ନିର୍ଯାତନା ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି । ପାକିସ୍ଥାନରେ ଯେମିତି ହିନ୍ଦୁ ହେବା ଏକ ଅପରାଧ ! ଏଠାରେ ହିନ୍ଦୁ ଝିଅ ମାନଙ୍କୁ ଅପହରଣ କରିବା ଏବଂ ଜବରଦସ୍ତି ସେମାନଙ୍କର ଧର୍ମ ପରିବର୍ତ୍ତନ  କରାଯାଉଥିବା ଅଭିଯୋଗ ପ୍ରାୟ ଆସିଥାଏ । ସାଧାରଣ ନାଗରିକଙ୍କ କଥା ଛାଡ, ଏଠାରେ ହିନ୍ଦୁ ରାଜନେତା ବି ଏପରି ଆକ୍ରୋଶରୁ ବାଦ ପଡି ନ ଥାନ୍ତି ।  ଏଠାରେ ଜଣେ ହିନ୍ଦୁ  ନେତାଙ୍କ ଘର ଉପରେ ବୁଲଡୋଜର ଚଢାଇ ଦେଇଛନ୍ତି ଶେହାବାଜ ସରିଫ ସରକାର ।

ଲାଲ ଚାନ୍ଦ ମାଲହି ପିଟିଆଇ ଜଣେ ବରିଷ୍ଠ ହିନ୍ଦୁ ନେତା  ।  ପାକିସ୍ତାନରେ ହିନ୍ଦୁ ଝିଅମାନଙ୍କୁ ଅପହରଣ ଓ ଧର୍ମ ପରିବର୍ତ୍ତନ ବିରୋଧରେ ସଂସଦରେ ସ୍ୱର ଉତ୍ତୋଳନ କରିଥିବା ଏହି  ହିନ୍ଦୁ ନେତାଙ୍କ ଘର ଭାଙ୍ଗିଦେଇଛନ୍ତି ସେଠାକାର ସରକାର । ହିନ୍ଦୁଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଥିବା ନେତାଙ୍କୁ ଶିକ୍ଷା ଦେବା ପାଇଁ ସରକାରଙ୍କର ଏହା ଥିଲା ଏକ ବିଦ୍ଧିବଦ୍ଧ ଯୋଜନା ।

ପ୍ରକୃତରେ, ଲାଲ ଚାନ୍ଦ ମାଲହି ହିନ୍ଦୁ  ମାନଙ୍କ ଊପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଯେତେବେଳେ ସଂସଦରେ ଉଠାନ୍ତି ପାକିସ୍ତାନୀ ଶାସକମାନଙ୍କ ସଙ୍ଗେଙ୍ଗେ ଆକ୍ରମଣାତ୍ମକ ହୋଉଯାଆନ୍ତି ।  ଏପରିକି ସଂସଦରେ  ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଇ ନ ଥାନ୍ତି । ବରଂ ତାଙ୍କର ଏପରି ପ୍ରସଙ୍ଗ ଉପରେ  ବିରକ୍ତି ଭାବ ପ୍ରକାଶ କରନ୍ତି ଏବଂ ତାଙ୍କୁ ଚୁପ କରିବାକୁ ଚେଷ୍ଟା କରାଇଥାନ୍ତି । ହେଲେ ଶାହାବାଜ ସରକାର ତାଙ୍କ ଘରେ ବୁଲଡୋଜର ଚଳାଇଲେ, ସେତେବେଳେ ତାଙ୍କ ସହ ଘଟୁଥିବା ସମସ୍ତ ଘଟଣା ସାମ୍ନାକୁ ଆସିଛି।

ଲାଲ ଚାନ୍ଦ ମାଲହି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ‘ଏପରି ନିମ୍ନ ସ୍ତରର କାମ କରିବା ପାକିସ୍ତାନ ଆଇନରେ ଏକ ନିୟମ  ।  ମୁଁ ଏକ ଶାନ୍ତିପୂର୍ଣ୍ଣ ନିୟମ ପାଳନ କରୁଥିବା ପାକିସ୍ତାନୀ ହିନ୍ଦୁ ନାଗରିକ ଅଟେ । ପୋଲିସ ଏବଂ ପ୍ରଶାସନ ବୁଲଡ଼ୋଜର ସହ ଉମରକୋଟରେ ଥିବା ମୋର ଆବାସିକ ସମ୍ପତ୍ତିକୁ କୌଣସି ଆଇନଗତ କାରଣ ନ ଦର୍ଶାଇ ଭାଙ୍ଗି ଦେଇଛନ୍ତି ।

Leave A Reply

Your email address will not be published.