Latest Odisha News

BREAKING NEWS

ସତର ବର୍ଷ ପରେ ଶଙ୍ଖ ଫୁଙ୍କିବେ ଦିଲିପ ରାୟ

ଭୁବନେଶ୍ୱର: ରାଉରକେଲାର ପୂର୍ବତନ ବିଧାୟକ ଦିଲିପ ରାୟ ଆଜି ସନ୍ଧ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ତାଙ୍କର ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଟିକଟରେ ରାଉରକେଲା ବିଧାନସଭା ଆସନ ଜିତିଥିଲେ ଦିିଲିପ । ବେଶ୍ କିଛି ଦିନ ଧରି ବିଜେପି ଉପରେ ଅସନ୍ତୁଷ୍ଟ ରହିବା ପରେ ନିକଟରେ ଦଳରୁ ଇସ୍ତଫା ମଧ୍ୟ ଦେଇସାରିଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲିପ ରାୟ ।

ଏବେ ଦଳବଦଳ ଓ ମିଶ୍ରଣ ପର୍ବ ଜୋରସାର୍ ଚାଲିଥିବା ବେଳେ ଦିଲିପଙ୍କ ବିଜେଡ଼ିରେ ଯୋଗଦାନ ଦଳ ପାଇଁ ଏକ ବଡ଼ ସଫଳତା ହେବ ବୋଲି ଚର୍ଚ୍ଚା ହେଉଛି । କିଛିଦିନ ମଧ୍ୟରେ ପୂର୍ବତନ ବିଜେଡ଼ି ନେତା ବୈଜୟନ୍ତ ପଣ୍ଡା ଏବଂ ଡ଼ାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେଇଛନ୍ତି । ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝି ମଧ୍ୟ ବିଧିବଦ୍ଧ ଭାବେ ବିଜେପିିରେ ଯୋଗ ଦେଇଛନ୍ତି । ଏଭଳି ପରିସ୍ଥିତିରେ ବରିଷ୍ଠ ନେତା ଦିଳିପ ରାୟ ଏବଂ ବିଜୟ ମହାପାତ୍ରଙ୍କର ପୁଣି ଥରେ ବିଜେପିକୁ ଘର ବାହୁଡ଼ା ହେବ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ଏହି ଚର୍ଚ୍ଚାକୁ ଖୋରାକ ବି ଯୋଗାଇଥିଲେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ଏପରିକି ବୈଜୟନ୍ତ ପଣ୍ଡା କୁଆଡ଼େ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ନିକଟରେ ବିଜୟ ଓ ଦିଲିପଙ୍କୁ ଫେରାଇ ଆଣିବାକୁ ସାଧ୍ୟମତେ ଚେଷ୍ଟା କରିବେ ବୋଲି କଥା ମଧ୍ୟ ଦେଇଥିଲେ । ସେହିପରି ବିଜେପିରେ ଯୋଗ ଦେଇ ନିଜେ ବିଜୟ ଓ ଦିଲିପଙ୍କୁ ଦଳକୁ ଫେରାଇ ଆରିବାକୁ ଚେଷ୍ଟା କରାଯାଉଥିବା ଗଣମାଧ୍ୟମ ଆଗରେ କହିଥିଲେ ଦାମ ରାଉତ । ତେବେ ହୁଏତ ଏହି ସମସ୍ତ ଚର୍ଚ୍ଚାର ଅନ୍ତ ଘଟିବାକୁ ଯାଉଛି କାରଣ ଖୁବଶିଘ୍ର ଶଙ୍ଖ ଫୁଙ୍କି ପାରନ୍ତି ଦିଲିପ ରାୟ ।

ବିଜୁ ପରିବାରର ପୁରୁଖା ପ୍ରମୁଖ ସଦସ୍ୟ ଦିଲିପ ରାୟଙ୍କର ବିଜୁ ଜନତା ଦଳ ଗଠନ କରିବାରେ ସବୁଠାରୁ ବଡ଼ ଭୁମିକା ରହିଥିଲା । କେନ୍ଦ୍ରମନ୍ତ୍ରୀ ଭାବେ ଦିଲିପ ରାୟ ବିଜୁ ବାବୁଙ୍କର ଏକାନ୍ତ ଅନୁଗତ ଥିଲେ । ଦୀର୍ଘବର୍ଷ ପରେ ବିଧାନସଭା ରାଉରକେଲା ଏପରିକି ସୁନ୍ଦରଗଡ଼ ଜିଲ୍ଲାରେ ଦିଲିପଙ୍କର ରହିଛି ବେଶ୍ ଦବଦବା । ତେଣୁକରି ବିଜେଡି଼ରେ ଯୋଗଦାନ ଦଳକୁ ଏକ ବଡ଼ ସଫଳତା ଆଡ଼କୁ ମୁହାଁଇବ ବୋଲି ଚର୍ଚ୍ଚା ହେଉଛି ।

ଯଦିଓ ବିଜେଡ଼ିର ଯୋଗଦାନ ଦିଲିପଙ୍କର ଚର୍ଚ୍ଚା ଜୋର୍ ଧରିଛି, କିନ୍ତୁ ବିଜୟ ମହାପାତ୍ରଙ୍କର ଯୋଗଦାନ ଏବେବି ଅସ୍ପଷ୍ଟ । ହୁଏତ ଶଙ୍ଖ ଫୁଙ୍କିବାକୁ ବିଜୟଙ୍କୁ ଏପର୍ଯ୍ୟନ୍ତ ଗ୍ରିନ୍ ସିଗନାଲ୍ ମିଳିପାରିନାହିଁ ।

Leave A Reply

Your email address will not be published.