ଭୁବନେଶ୍ୱର: ବଦଳିଲେ ରାଜ୍ୟ ବିଜେପି ସଭାପତି । ଏବେ ଓଡ଼ିଶାରେ ବିଜେପିର ମଙ୍ଗ ଧରିବେ ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ । ମନମୋହନଙ୍କୁ ଏହି ପଦରେ ନିଯୁ୍କ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଧାମନଗରର ବିଧାୟକ ଥିବା ମନମୋହନ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ । ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ହାତରେ ଥିଲା । ରାଜସ୍ୱ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏବଂ ଖାଉଟି ବିଭାଗ ମନ୍ତ୍ରୀ ଥିଲେ । ସେ ପୂର୍ବରୁ ମଧ୍ୟ ବିଜେପି ସଭାପତି ଥିଲେ । ଏବେ ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ଲଢିବ ।
ସମୀର ମହାନ୍ତିଙ୍କର ୩ ବର୍ଷିୟା ଟର୍ମ ଗତ ଜାନୁଆରୀ ୧୬ରେ ଶେଷ ହେବା ପରେ ପଛୁଆ ବର୍ଗର ନେତା ମନମୋହନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ଧାମନଗର ଉପନିର୍ବାଚନରେ ଦଳ ଜିତିବା ପଛରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।
ଦାୟିତ୍ୱ ନେବା ପରେ ନିଜ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, ସମସ୍ତଙ୍କୁ ସାଥରେ ନେଇ କାମ କରିବି । ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଚାଲିଥିବା ଅନ୍ୟାୟ୍ ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ଲଢିବ ବୋଲି କହିଛନ୍ତି ଶ୍ରୀ ସାମଲ । ଓଡ଼ିଶାରେ ୨୪ ବର୍ଷ ହେଲା ଦୁର୍ନୀତିଗ୍ରସ୍ତ ସରକାର ଚାହଛି । ଏହା ହଟାଇବା ତାଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି ।
BJP national president JP Nadda appointed CP Joshi as party State President of Rajasthan, Manmohan Samal as Odisha’s party State President and Virendra Sachdeva as Delhi BJP State President. pic.twitter.com/LtfxGD6bw8
— ANI (@ANI) March 23, 2023
Comments are closed.