Latest Odisha News

ସୂର୍ଯ୍ୟକୁମାର ଯାଦବଙ୍କର ଲଜ୍ଜାଜନକ ରେକର୍ଡ; ଏପରି କରିବାରେ ହେଲେ ପ୍ରଥମ ଭାରତୀୟ ବ୍ୟାଟର

ଚେନ୍ନାଇ: ଟି-୨୦ରେ ନମ୍ବର ୱାନ୍, ହେଲେ ଦିନିକିଆରେ ଫେଲ୍‌। ଆମେ କହୁଛୁ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ କଥା। ଅଷ୍ଟ୍ରେଲିଆରେ ବିରୋଧରେ ଖେଳାଯାଇଥିବା ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କର ଲଜ୍ଜାକର ରେକର୍ଡ। ପ୍ରଥମ ଭାରତୀୟ ବ୍ୟାଟର ଭାବେ ପୁରା ଦିନିକିଆ ସିରିଜ୍‌ରେ ଖାତା ଖୋଲିପାରି ନାହାଁନ୍ତି ସୂର୍ଯ୍ୟ। ତିନୋଟିଯାକ ମ୍ୟାଚରେ ପ୍ରଥମ ବଲ୍‌ରେ ଆଉଟ୍।

BjdElectrycity

ଗତକାଲି ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଲଜ୍ଜାଜନକ ଭାବେ ପରାଜୟ ହୋଇଛି ଟିମ୍ ଇଣ୍ଡିଆ। ତା ସହ ଲଜ୍ଜାକର ରେକର୍ଡ କରିଛନ୍ତି ସୂର୍ଯ୍ୟକୁମାର। ଗତକାଲି ସେ ବାମହାତୀ ସ୍ପିନର ଅସ୍ତୋନଙ୍କ ପ୍ରଥମ ବଲ୍‌ର ଶିକାର ହୋଇଥିଲେ। ସିରିଜ୍‌ରେ ଲଗାତର ତୃତୀୟ ଥର ପାଇଁ ସୂର୍ଯ୍ୟ କୁମାର ପ୍ରଥମ ବଲ୍‌ରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏପରି ଦୁର୍ଭାଗ୍ୟ ମୁଣ୍ଡାଇବାରେ ସେ ଭାରତ ପ୍ରଥମ ବ୍ୟାଟର ହୋଇଛନ୍ତି।

टी20 के नंबर-1 बल्लेबाज सूर्यकुमार यादव वनडे फॉर्मेट में फ्लॉप. (Getty)

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ମ୍ୟାଚ୍‌ରେ ମୁମ୍ବାଇ ଓ ବିଶାଖାପାଟନମରେ ଖେଳାଯାଇଥିବା ବେଳେ ସୂର୍ଯ୍ୟକୁମାର ଦୁଇଟିଯାକ ମ୍ୟାଚରେ ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ। ତୃତୀୟ ମ୍ୟାଚ୍‌ରେ ଆନ୍ତୋନ ତାଙ୍କ ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ମଧ୍ୟ ସଚିନଙ୍କ ପରି ମହାନ ବ୍ୟାଟର ପୂରା ସିରିଜ୍‌ରେ ଶୂନ କରି ଆଉଟ୍ ହୋଇଛନ୍ତି। ହେଲେ ସୂର୍ଯ୍ୟ ପୂରା ସିରିଜ୍‌ରେ ପ୍ରଥମ ବଲ୍‌ରେ ଆଉଟ୍ ହେବା ବିରଳ ଓ ଏକ ନମ୍ବର ବ୍ୟାଟର। ତେବେ ଶ୍ରୀଲଙ୍କାର ଲସିତ ମାଲିଙ୍ଗା, କ୍ରେଗ୍‌ ହ୍ୱାଇଟ୍, ଏବଂ ହେନରୀ ଓଲଙ୍ଗା ମଧ୍ୟ ସର୍ବାଧିକ ଥର ସିରିଜ୍‌ରେ ଶୂନ ରନ୍ କରି ଆଉଟ୍ ହୋଇ ଲଜ୍ଜାକର ରେକର୍ଡ କରିଛନ୍ତି।

Suryakumar Yadav vs AUS

ତିନି ମ୍ୟାଚରେ ଶୂନ ରନ୍‌ରେ ଆଉଟ୍ ହୋଇଥିବା ଭାରତୀୟ ବ୍ୟାଟର ହେଲେ-

  • ସଚିନ ତେନ୍ଦୁଲକର
  • ସୂର୍ଯ୍ୟକୁମାର ଯାଦବ
  • ଅନୀଲ କୁମ୍ବଲେ
  • ଇଶାନ୍ତ ଶର୍ମା
  • ଜହୀର ଖାନ
  • ଜସପ୍ରୀତ ବୁମ୍ରା

Suryakumar Yadav vs AUS

ବିଶ୍ୱର ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କର ବି ଏଭଳି ଖରାପ ସମୟ ଚାଲିିଥିଲା। ହେଲେ ସେ ସଂଘର୍ଷ ଜାରି ରଖିଥିଲେ। ଆଜି ସଚିନ କେଉଁଠି ଅଛନ୍ତି ତାହା ସମସ୍ତଙ୍କୁ ଜଣା। ସୂର୍ଯ୍ୟକୁମାରଙ୍କର ଏଭଳି ଖରାପ ସମୟରେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାଭିଡ ତାଙ୍କ ସମର୍ଥନରେ ବାହାରିଛନ୍ତି। ସୂର୍ଯ୍ୟ ବର୍ତ୍ତମାନ ଆଉଟ୍ ଅଫ୍ ଫର୍ମରେ ଅଛନ୍ତି ବୋଲି ରୋହିତ କହିଛନ୍ତି। ଟି-୨୦ ନମ୍ବର ୱାନ୍ ବ୍ୟାଟର ଦିନିକିଆରେ ବି ଭଲ କରିବେ ବୋଲି ଦ୍ରାଭିଡ କହିଛନ୍ତି।

Leave A Reply

Your email address will not be published.