Latest Odisha News

BREAKING NEWS

କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ

ଭୁବନେଶ୍ବର: ସୋମବାର ଦିନ ନିଷିଦ୍ଧ ସିପିଆଇ(ମାଓବାଦୀ)ର ନଅ ଜଣ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ବତନ୍ତ୍ର ଆର୍ଥିନୈତିକ ଜୋନ୍‌ କମିଟି (ଏଓବିଏସ୍‌ଜେଡ୍‌ସି)ର ବରିଷ୍ଠ କମାଣ୍ଡର ଚେଲ୍ଲୁରି ନାରାୟଣ ରାଓ ଓରଫ ସୋମାନ୍ନାଙ୍କ ସମେତ ଆଠ ଜଣ ନକ୍ସଲ ଆଜି ଅନ୍ଧ୍ରପ୍ରଦେଶରବ ବିଜୟୱାଡ଼ାରେ ଆତ୍ମସମର୍ପଣ କରିଛନ୍ତି।

ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦ୍ଦେଶ ହରୀଶ କୁମାର ଗୁପ୍ତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋମାନ୍ନାର ଆତ୍ମସମର୍ପଣ ପରେ ଏଓବିଏସ୍‌ଜେଡ୍‌ସି ପ୍ରାୟତଃ ‌ନିର୍ମୂଳ ହୋଇଯାଇଛି। ସୋମାନ୍ନା, କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ଏହାସହ ସେ ଏଓବିଏସ୍‌ଜେଡ୍‌ସିକୁ ପରିଚାଳନା କରୁଥିଲେ। ତାଙ୍କ ମୁଣ୍ଡରେ ଥିଲା ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି । ୨୦୧୮ରେ ବିଧାୟକ କିଦାରି ସର୍ବେଶ୍ବର ରାଓ ଓ ବିଧାୟକ ଶିବେରୀ ସୋମେଶ୍ବର ରାଓଙ୍କ ହତ୍ୟା, ୨୦୦୧ରେ ସିଆଇ ମୁଡ୍ଡାଡା ଗାନ୍ଧୀ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ହତ୍ୟା ମାମଲାରେ ସେ ପ୍ରମୁଖ ଅଭିଯୁକ୍ତ ଥିଲେ ।

ଗୋଟିଏ ଇନ୍‌ସାସ୍‌ ରାଇଫଲ୍‌, ୨ ବିଜିଏଲ୍‌ ଅସ୍ତ୍ର, ୫ଟି ୩୦୩ ବନ୍ଧୁକ, ୫ଟି ଏସ୍‌ବିବିଏଲ୍‌ ଓ ୬ଟି ସିଙ୍ଗଲ୍‌ ସଟ୍‌ରାଇଫଲ୍‌, ୭ଟି ବିଜିଏଲ୍‌ ଗୁଳି, ୨୨ଟି ଅଫୁଟା ଗୁଳି, ୧୩ଟି ବୋମା, ୫ଟି ଜିଲାଟିନ୍‌ ଛଡ଼, ୧୩ଟି ବ୍ୟାଗ୍‌ ସହ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ।

Leave A Reply

Your email address will not be published.