ଭୁବନେଶ୍ୱର: ରାଜ୍ୟ ସରକାର ପୁରୀ ପୌର ପରିଷଦରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ (ଏକଜ୍ୟୁଟିଭ ଅଫିସର)ଙ୍କୁ ନିଯୁକ୍ତି ଦେଇଛନ୍ତି। ରଥଯାତ୍ରାକୁ ଆଉ ମାତ୍ର ୧୦ଦିନ ବାକି ଥିବାବେଳେ ରାଜ୍ୟ ସରକାର ଏକଜ୍ୟୁଟିଭ ଅଫିସର ନିଯୁକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରା ପୁରୀ ପୌର ପରିଷଦର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଜାରି ବିଜ୍ଞପ୍ତି ଅନୁସାରେ, ଜଗତସିଂହପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରାଙ୍କୁ ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।
ବରିଷ୍ଠ ଓଏଏସ୍ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ରାଜ୍ୟ ସରକାର ଗତ ମାର୍ଚ୍ଚ ୧୪ତାରିଖରେ ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ । ମାତ୍ର ଅଢ଼େଇ ମାସରେ ତାଙ୍କ ସ୍ଥାନରେ ଅଭିମନ୍ୟୁ ବେହେରାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଦଳି କରିଥିବା କୁହାଯାଉଛି।
Comments are closed.