Latest Odisha News

BREAKING NEWS

ବରିଷ୍ଠ କଂଗ୍ରେସ ନେତ୍ରୀ ସଂଧ୍ୟା ମହାପାତ୍ରଙ୍କ ବିୟୋଗ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କର ଶନିବାର ଦିନ ରାଜଧାନୀସ୍ଥିତ ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଛି। ସଂଧ୍ୟା ମହାପାତ୍ର ମହିଳା କଂଗ୍ରେସର ରାଜ୍ୟ ଶାଖାର ପୂର୍ବତନ କାର୍ଯ୍ୟକାରୀ ସଭାନେତ୍ରୀ ଥିଲେ। ସଂଧ୍ୟା ମହାପାତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଥିଲେ। ତାଙ୍କ ବିୟୋଗରେ ପିସିସି ସଭାପତି ସମେତ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।

Comments are closed.