Latest Odisha News

BREAKING NEWS

ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ଯାଜପୁର: ସରକାରୀ କାର‌୍ୟ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ମନା । ଜୁଲାଇ ୮ ଯାଏଁ ଜିଲ୍ଲାର ସମସ୍ତ ସରକାରୀ କାର‌୍ୟ୍ୟାଳୟକୁ ଏହି କଟକଣା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ମାନି କାର‌୍ୟ୍ୟ କରିବେ । ଯାଜପୁରରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏପରି ଏକ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ୪୮ ଘଣ୍ଟାରେ ଜିଲ୍ଲାରେ ୮୧ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତେବେ ଯାଜପୁର ତହସିଲଦାର କରୋନା ଆକ୍ରାନ୍ତ ହେବା ପରେ ତହସିଲ ଅଫିସର ସମସ୍ତ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରାଯିବା ସହ ସେମାନଙ୍କୁ କ୍ୱାରେଂଟିନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପ୍ରଥମ ଥର ପାଇଁ ଜଣେ ପ୍ରଶାସନିକ ଅଧିକାରୀ କରୋନାରେ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.