Latest Odisha News

ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ ରାଉତ୍

ବାଙ୍କୀ: ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ କୁମାର ରାଉତ୍ । ଲାଞ୍ଚ ନେବା ବେଳେ କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତଙ୍କୁ ମାଡି ବସିଛି ଭିଜିଲାନ୍ସ । ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ପ୍ରଶାନ୍ତଙ୍କ ୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ଜମି ପଟ୍ଟାର ଅବିକଳ ନକଲ କରିଦବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଶାନ୍ତ। ଏନେଇ ଭିଜିଲାନ୍ସ ଆଗରେ ଅଭିଯୋଗ କରିଥିଲେ ଉକ୍ତ ବ୍ୟକ୍ତି । ଭିଜିଲାନ୍ସର ପୂର୍ବ ଯୋଜନା ଅନୁସାରେ ଅଭିଯୋଗକାରୀ ଆଜି ଲାଞ୍ଚ ବାବଦକୁ ୩ ହଜାର ଟଙ୍କା ଶ୍ରୀ ରାଉତଙ୍କୁ ଦେଉଥିବାବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ମାଡ଼ି ବସିଥିଲା। ଶ୍ରୀ ରାଉତଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରାଉତଙ୍କର ୨ଟି ସ୍ଥାନରେ ଭିଜିଲାନ୍ସ ଟିମର ଏକକାଳୀନ ଚଢାଉ ଜାରି ରହିଛି।

 

Leave A Reply

Your email address will not be published.